30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଏଆଇଏଫ୍‌ଏଫ୍ ବିରୋଧରେ କୋର୍ଟ ଯିବେ ଭୂତିଆ!

ଏଆଇଏଫ୍‌ଏଫ୍ ବିରୋଧରେ କୋର୍ଟ ଯିବେ ଭୂତିଆ!

କୋଲ୍‌କାତା : ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟକ ତଥା ଦେଶର କିମ୍ବଦନ୍ତୀ ଫୁଟବଲର୍ ବାଇଚୁଙ୍ଗ୍ ଭୂତିଆ ଆଗାମୀ ଦିନରେ ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ବିରୋଧରେ କୋର୍ଟର ଆଶ୍ରୟ ନେଇପାରନ୍ତି । ସୋମବାର ଭୂତିଆ ନିଜେ ଏପରି ସମ୍ଭାବନା ପ୍ରକଟ କରିଛନ୍ତି । ସୋମବାର ଏଠାରେ ଏଆଇଏଫ୍‌ଏଫ୍‌ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମହାସଂଘର ନୂଆ ମହାସଚିବ ଶାଜି ପ୍ରଭାକରନ୍‌ଙ୍କ ନିଯୁକ୍ତି ସଂକ୍ରାନ୍ତରେ ଆଲୋଚନା ସକାଶେ ଭୂତିଆ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏଆଇଏଫ୍‌ଏଫ୍ ତାଙ୍କର ଏହି ଅନୁରୋଧକୁ ଖାରଜ କରିବା ପରେ ଭୂତିଆ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି କହିଛନ୍ତି । ପ୍ରଭାକରନ୍ ମହାସଂଘର ଜଣେ ଭୋଟର୍ ହୋଇଥିବା ବେଳେ ତାଙ୍କୁ ବେତନଭୋଗୀ ପଦରେ ନିଯୁକ୍ତି ଦେବା ଆଇନତଃ ଯୁକ୍ତିଯୁକ୍ତ ନୁହେଁ ବୋଲି ଭୂତିଆ ଅଭିଯୋଗ କରିବା ସହ ଏହି ପ୍ରସଙ୍ଗକୁ ବୈଠକ ଏଜେଣ୍ଡାରେ ସାମିଲ୍ କରିବା ସକାଶେ କହିଥିଲେ । ମହାସଂଘ ତାଙ୍କ ପ୍ରସ୍ତାବକୁ ଖାରଜ କରିବା ପରେ ଭୂତିଆ ନିରାଶ ହୋଇଛନ୍ତି ।

ସେ ବୈଠକର ଦୁଇ/ତିନି ପୂର୍ବରୁ ଏଜେଣ୍ଡାରେ ପ୍ରଭାକରନ୍‌ଙ୍କ ନିଯୁକ୍ତି ପ୍ରସଙ୍ଗକୁ ସାମିଲ୍ କରିବା ସକାଶେ ପ୍ରସ୍ତାବ ଦେଇଥିଲେ ହେଁ ଏହାକୁ ଅଣଦେଖା କରାଯାଇଛି । ତେଣୁ ବୈଠକରେ ଆଲୋଚନା ପାଇଁ ଭୂତିଆ ଦାବି ଉଠାଇଥିଲେ ହେଁ ମହାସଂଘ କର୍ମକର୍ତ୍ତାମାନେ କେବଳ ଏଜେଣ୍ଡା ଉପରେ ଆଲୋଚନା କରିବେ ବୋଲି କହିଥିଲେ । ତେବେ ମହାସଂଘର ଏପରି ଆଚରଣ ସମ୍ପର୍କରେ ସେ କିଛି ଲୋକଙ୍କ ସହ ଆଲୋଚନା କରିବେ ଓ ଖୁବ୍‌ଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ୪୫ ବର୍ଷୀୟ ଭୂତିଆ କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଗୋଲକପର୍ କଲ୍ୟାଣ ଚୌବେ ୩୩-୧ରେ ଭୂତିଆଙ୍କୁ ହରାଇ ଏଆଇଏଫ୍‌ଏଫ୍ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଉକ୍ତ ଦିନ ଫୁଟବଲ୍ ଦିଲ୍ଲୀ ପ୍ରତିନିଧି ପ୍ରଭାକରନ୍ ମଧ୍ୟ ମହାସଚିବ ଭାବେ ନିଯୁକ୍ତି ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking