40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମିଆଁମାର ସ୍କୁଲ ଉପରେ ଗୁଳିମାଡ, ୬ ଛାତ୍ର ମୃତ

ମିଆଁମାର ସ୍କୁଲ ଉପରେ ଗୁଳିମାଡ, ୬ ଛାତ୍ର ମୃତ

ୟାଙ୍ଗନ: ମିଆଁମାର ସେନାର ହେଲିକପ୍ଟରରୁ ଗୋଟିଏ ସ୍କୁଲ ଉପରେ ଆଖିବୁଜା ଗୁଳିମାଡ କରାଯାଇଥିବା ଜଣାପଡିଛି । ଏଥିରେ ୬ ଜଣ ସ୍କୁଲ ଛାତ୍ର ପ୍ର୍ରାଣ ହରାଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି । ବିଦ୍ରୋହୀମାନେ ଉକ୍ତ ସ୍କୁଲରେ ଆତ୍ମଗୋପନ କରି ସେନା ଉପରେ ଆକ୍ରମଣ କରୁଥିବା ସନ୍ଦେହରେ ଏଭଳି ବର୍ବରୋଚିତ ଆକ୍ରମଣ କରାଯାଇଥିବା କୁହାଯାଇଛି ।

ୟୁପି: କୋଠା ଭୁଶୁଡି ପରିବାରର ୩ ମୃତ
ଲକ୍ଷ୍ନୌ : ଉତ୍ତରପ୍ରଦେଶ (ୟୁପି)ର ଦେଓରିଆ ଜିଲ୍ଲାରେ ସୋମବାର ଗୋଟିଏ ଦୁଇମହଲା କୋଠାଘର ଛାତ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ୩ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଛାତ ଭୁଶୁଡି ପଡିଥିବା ଆଶଙ୍କା କରାଯାଉଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking