28.1 C
Bhubaneswar
Thursday, March 28, 2024
Homeଖେଳଟିମ୍ ଇଣ୍ଡିଆ ପାଇଁ ନୂଆ ଜର୍ସି

ଟିମ୍ ଇଣ୍ଡିଆ ପାଇଁ ନୂଆ ଜର୍ସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌କୁ ରବିବାର ନୂଆ ଜର୍ସି ମିଳିଛି । ଆଗକୁ ଟି-୨୦ ବିଶ୍ୱକପ୍ ଥିବା ବେଳେ ଏଥିସକାଶେ ନୂଆ ଜର୍ସି ଉନ୍ମୋଚିତ ହୋଇଛି । ଏହି ଜର୍ସିର ରଙ୍ଗ ନୀଳ ରହିଛି, ତେବେ ପୂର୍ବାପେକ୍ଷା ଏହାର ଚମକ ଅଧିକ ରହିଛି । ନୂଆ ଜର୍ସି ଉନ୍ମୋଚନ ନେଇ ରବିବାର ବିସିସିଆଇ ପକ୍ଷରୁ ଟ୍ୱିଟର୍ ମାଧ୍ୟମରେ ସୂଚନା ଦିଆଯାଇଛି । ବିସିସିଆଇ ପକ୍ଷରୁ ପୋଷ୍ଟ ହୋଇଥିବା ଫଟୋରେ ଭାରତୀୟ ପୁରୁଷ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କ ସହ ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ରହିଛି । ସେହିପରି ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରିତ କୌର୍‌ଙ୍କ ସହ ଏହି ଜର୍ସିରେ ପେସର୍ ରେଣୁକା ସିଂହ ଠାକୁର ଓ ବିସ୍ଫୋରକ ଓପନର ଶେଫାଳୀ ବର୍ମା ସ୍ଥାନ ପାଇଛନ୍ତି । ମଙ୍ଗଳବାରଠାରୁ ମୋହାଲିଠାରେ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ଟିମ୍ ଇଣ୍ଡିଆ ଏହି ଜର୍ସି ପରିଧାନ କରିବ । ଗତ ଏସିଆ କପ୍‌ରେ ଦଳର ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ ରହିବା ପରେ ଆଗାମୀ ଟି-୨୦ ବିଶ୍ୱକପ୍ ସକାଶେ ପ୍ରସ୍ତୁତି ପାଇଁ ଟିମ୍ ଇଣ୍ଡିଆ ଏହି ସିରିଜ୍‌କୁ ବେଶ୍ ଗୁରୁତ୍ୱ ଦେଇଛି । ବିଶ୍ୱକପ୍ ପୂର୍ବରୁ ଦଳ ପ୍ରଥମେ ଅଷ୍ଟ୍ରେଲିଆ ଓ ପରେ ସାଉଥ୍ ଆଫ୍ରିକା ବିପକ୍ଷରେ ୩ଟି ଲେଖାଏଁ ଟି-୨୦ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଏହା ମାଧ୍ୟମରେ ଆଗାମୀ ବିଶ୍ୱକପ୍ ସକାଶେ ଉତ୍ତମ ଅଭ୍ୟାସ କରିବାର ଲକ୍ଷ୍ୟ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking