30.1 C
Bhubaneswar
Friday, April 26, 2024
Homeଅପରାଧତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ବାପା

ତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ବାପା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନାର କମଣ୍ଡ ନିକଟ କୁଲାମୁଣ୍ଡା ସାହି ରେ ଘଟିଯାଇଛି ଅଭାବନୀୟ ଘଟଣା। ପୁଣି ମଦ ପୁଣି ଉଜାଡିଦେଇଛି ସଂସାର। ନିଜର ତିନି ନିଷ୍ପାପ ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ବାପା। ଗତକାଲି ପାଣ୍ଡୁ ମୁଣ୍ଡା ମଦ ପିଇ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି ମୁଣ୍ଡାକୁ ମାରିବା ପାଇଁ ଟାଙ୍ଗିଆ ଉଠାଇଥିଲା।

ହେଲେ ଜୀବନ ବିକଳରେ ସେ ଦୌଡି ପଳେଇଯାଇଥିଲେ। ସେହି ସମୟରେ ଘରେ ଥିବା ତିନି ଶିଶୁ ସୀମା ମୁଣ୍ଡା (୦୫ ) ରାଜୁ ମୁଣ୍ଡା (୨) ଓ ଦୁଇ ମାସର ଝିଅକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା। ପରେ ତିନି ମୃତ ଶିଶୁଙ୍କୁ କୁଅରେ ପକାଇ ଥିବା ମାଆ ଅଭିଯୋଗ କରିଛି। ଅଭିଯୁକ୍ତ ବାପା ଫେରାର .ହେୋଇଯାଇଛି। କୋଇଡା ପୁଲିସ ଖବର ପାଇ ଅଭିଯୁକ୍ତ ବାପାକୁ କାବୁ କରିବା ପାଇଁ ତଲାସ ଜାରି ରଖିଛି। ମୃତ୍ୟୁର କାରଣ ଅସ୍ପଟ ରହିଛି। କୋଇଡା ପୁଲିସ କୂଅ ଭିତରୁ ମୃତ ତିନି ଶିଶୁ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏହି ହୃଦୟବିଦାରକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking