34.1 C
Bhubaneswar
Thursday, April 25, 2024
Homeଓଡିଶା☘️🙏🏻" ଆଜିର ଅନୁଚିନ୍ତା "🙏🏻☘️🌹

☘️🙏🏻” ଆଜିର ଅନୁଚିନ୍ତା “🙏🏻☘️🌹

🦋”ଯଦି କେବେ ଶୁଣ ମୋ ନାଁ ରେ କେହି ବଦନାମ କରୁଛି ତାହେଲେ ବୁଝିଯିବ …. ଦିନେ ନିସ୍ବାର୍ଥପର ଭାବରେ ମୁଁ ତାର ଉପକାର କରିଥିଲି !!”

🦋”ଡେରିରେ ହେବ କିନ୍ତୁ ଠିକ୍ ହିଁ ହେବ, ମନେ ରଖ ତୁମ ସମୟଟା ଖରାପ ତୁମ ଜିବନଟା ନୁହେଁ, ଟିକେ ଅପେକ୍ଷା କର , ସମୟ ସବୁକିଛି ଫେରାଇ ଦେବ !!”

🦋”୧.ବିନା ନିମନ୍ତ୍ରଣ ରେ କୌଣସି ସ୍ଥାନ କୁ ଯିବ ନାହିଁ .. !!”

🦋”୨. ଯାଚିକରି ଦଣ୍ତବତ ବା ଓଳଗି କରିବେ ନାହିଁ .. !!”

🦋”୩. ଭୋକିଲା ରହିଯିବେ କିନ୍ତୁ ଯେଉଁଠି ଆଦର ଓ ସ୍ନେହ ମିଳୁନି ସେହି ଜାଗାରେ ଭୋଜନ କରିବେ ନାହିଁ .. !!”

🦋”୪. ସଭା କିମ୍ବା ଅନ୍ୟ ସ୍ଥାନ ରେ ନ ପଚାରିଲେ ଉପରେ ପଡି କେବେ କିଛି କୁହନ୍ତୁ ନାହିଁ .. !!”

🦋”୫. ଅବିଶ୍ବାସୀ ଲୋକଙ୍କ ସହ ସମ୍ପର୍କ ରଖିବ ନାହିଁ .. !!”

🦋”୬. ସମ୍ମାନ ମିଳୁନଥିବା ଜାଗାରେ ବସିବେ ନାହିଁ .. !!”

🦋”୭. ଯିଏ ଯେମିତି ଆମେ ତାକୁ ସେମିତି ବ୍ୟବହାର କରିବେ !!”

🦋”କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ କି କାହାର ଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ , ଏହା ହିଁ ସତ୍ୟ ସବୁ ଆମ କର୍ମ ଉପରେ ନିର୍ଭର କରେ। ଯେମିତି କର୍ମ ସେମିତି ଫଳ !!”

🦋”ଦୁନିଆରେ ସବୁଠାରୁ ଶକ୍ତିଶାଳୀ ପ୍ରତିଶୋଧ ହେଉଛି ନୀରବ ରହିବା ଆଉ ମୁଁ ନୀରବ ଅଛି ସେଥିପାଇଁ ଭାବ ନାହିଁ ମୁଁ ହାରି ଯାଇଛି !!”

ଆଜିର ଭାଗବତ ବାଣୀ “☘️🌹
➡️ଭଗବାନ ହେଉଛନ୍ତି କୃପାମୂର୍ତ୍ତି । ଭକ୍ତମାନଙ୍କୁ କୃପା କରିବା ନିମନ୍ତେ ସେ ସୁଯୋଗ ଖୋଜୁଥାନ୍ତି । ତେଣୁ ସାଧକ ସର୍ବପ୍ରଥମେ ସକଳ ସ୍ଥିତିରେ ଅନ୍ତର ଭିତରେ ପୂର୍ଣ୍ଣ ଅନାସକ୍ତ ହେବାକୁ ପଡ଼ିବ । ସାଧୁ,ସନ୍ଥ ତଥା ଭକ୍ତଜନଙ୍କୁ ପ୍ରେମ କରିବାକୁ ହେବ । ଯଥାଯୋଗ୍ୟ ରୀତିରେ ସକଳ ପ୍ରାଣୀଙ୍କ ପ୍ରତି ଦୟା,ସମସ୍କନ୍ଧମାନଙ୍କ ସହିତ ମିତ୍ରତା, ବୟୋଜ୍ୟେଷ୍ଠ ମାନଙ୍କ ପ୍ରତି ବିନମ୍ରତା ଦେଖାଇବାକୁ ଅଭ୍ୟାସ କରିବାକୁ ହେବ । ବାହ୍ୟ ଓ ଆନ୍ତରିକ ଶୁଦ୍ଧି, ସ୍ବଧର୍ମାଚରଣରୂପୀ ତପ,ସହିଷ୍ଣୁତା,ଭଗବତ୍ ସ୍ବରୂପ ମନନ,ସ୍ବାଧ୍ୟାୟ ଓ ନାମଜପ, ସରଳତା,ବ୍ରହ୍ମଚର୍ଯ୍ୟ, ଅହିଂସା ଆଚରଣ କରି ନିଜକୁ ଶୀତ-ଉଷ୍ଣ, ସୁଖ-ଦୁଃଖ, ହର୍ଷ-ଶୋକାଦି ଦ୍ବନ୍ଦରୁ ବିମୁକ୍ତ କରିବା ପାଇଁ ଅଭ୍ୟାସ କରିବାକୁ ହେବ । “ଏକମାତ୍ର ଆତ୍ମା ସର୍ବତ୍ର ପରିବ୍ୟାପ୍ତ” ଏହି ଭାବରେ ସର୍ବତ୍ର ଆତ୍ମସତ୍ତାକୁ ଦର୍ଶନ କରିବାକୁ ହେବ । ଭଗବତ୍ ପ୍ରାପ୍ତିର ମାର୍ଗ ଦର୍ଶାଉଥିବା ଶାସ୍ତ୍ରମାନଙ୍କରେ ଶ୍ରଦ୍ଧା ରଖିବା, ଅନ୍ୟ ଶାସ୍ତ୍ରମାନଙ୍କୁ ନିନ୍ଦା ନ କରିବା, ମନ,ବଚନ ଓ ଶରୀରରେ ସଂଯମ ରକ୍ଷା କରିବା, ସତ୍ୟଭାଷୀ ହେବା,ଶମ ଅର୍ଥାତ୍ ମନୋନିଗ୍ରହ ବା ମନକୁ ଶାନ୍ତ କରିବା ଏବଂ ଦମ ଅର୍ଥାତ୍ ଇନ୍ଦ୍ରିୟ ନିଗ୍ରହ କରିବାକୁ ହେବ । ଶ୍ରୀକୃଷ୍ଣ ହିଁ ଯାହାଙ୍କର ଆତ୍ମା,ସେପରି ମନୁଷ୍ୟଙ୍କ ସହିତ ସୌହାର୍ଦ୍ୟ ସ୍ଥାପନ କରିବା, ସନ୍ଥ-ମହାପୁରୁଷମାନଙ୍କର,ସାଧାରଣ ଲୋକଙ୍କର, ଯାହାଙ୍କ ଉପରେ କିଛି ଦୈବୀ ଦୁର୍ବିପାକ ପଡ଼ିଛି, ସେମାନଙ୍କର ଏବଂ କ୍ଷୁଧା-ତୃଷା ଓ ରୋଗରେ ପୀଡ଼ିତ ଲୋକମାନଙ୍କର ସେବା କରିବାକୁ ହେବ । ଏସବୁ କର୍ମ ଅତ୍ୟନ୍ତ ଶ୍ରଦ୍ଧା ଓ ପ୍ରେମପୂର୍ବକ କରିବାକୁ ପଡ଼ିବ । ଏହାଛଡ଼ା ଭଗବାନଙ୍କର ପରମ ପାବନ ଯଶ ସମ୍ବନ୍ଧରେ ନିଜ ନିଜ ମଧ୍ୟରେ ଚର୍ଚ୍ଚା କରିବାକୁ ପଡ଼ିବ । ଭଗବାନ ଶ୍ରୀକୃଷ୍ଣ କ୍ଷଣକ ମଧ୍ୟରେ ରାଶି ରାଶି ପାପ ଭସ୍ମ କରିଦିଅନ୍ତି । ତେଣୁ ସର୍ବଦା ତାଙ୍କୁ ସ୍ମରଣ କରିବା ଓ ଅନ୍ୟକୁ ସ୍ମରଣ କରାଇବା – ଏପରି ସାଧନା କରୁ କରୁ ପ୍ରେମଭକ୍ତି ଉଦୟ ହୋଇଯାଏ ।

ଅଦ୍ୟ ମଇ ମାସ ୦୧ ତାରିଖ ୨୦୨୨ ମସିହା(ରବିବାର)*

ଶକାବ୍ଦ -୧୯୪୩

ସମ୍ବତ -୨୦୭୯

ଦିଲ୍ଲୀସ୍ୱରାଦ୍ଧ-୧୪୨୯

ସମ୍ବତ୍ସର-ରାକ୍ଷସ

ବୈଶାଖ-ଶୁକ୍ଳପକ୍ଷ

ତିଥି- ପ୍ରତିପଦ ରାତ୍ରି ଘ ୦୩/୨୯ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା

ନକ୍ଷତ୍ର-ଦ୍ଵିଜା ରାତ୍ରି ଘ ୧୦/୫୬ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକା

ଚନ୍ଦ୍ର- ମେଷ ରାତ୍ରି ଘ ୦୩/୩୯ ପର୍ଯ୍ୟନ୍ତ ତଦନ୍ତେ ବୃଷ

ଯୋଗ- ଆୟୁଷ୍ମ।ନ୍

କରଣ – କିଂସ୍ତୁଘ୍ନ

ସୌରମାସ- ମେଷ ୧୮ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୨୦

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୪୯

*✧═════•❁❀

ଯୋଗିନୀ ପୂର୍ବେ ରାତ୍ରି ଘ ୦୩/୨୯ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ

ମେଷ ରାଶିର ଘାତଚନ୍ଦ୍ର

ମେଷ ରାଶିର ଘାତବାର

ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳ। ଓ ବାରବେଳା – ଦିବା ଘ ୧୦/୦୩ ଗତେ ଘ୦୧/୧୨ ମଧ୍ୟେ

══•❁❀❁•═══

ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୬/୧୦ ଗତେ ଘ୦୯/୨୦ ମଧ୍ୟେ ଓ ରାତ୍ରି ଘ ୦୭/୪୧ ଗତେ ଘ୦୯/୨୦ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ ୦୬/୦୯ ମଧ୍ୟେ ଓ ରାତ୍ରି ଘ ୦୬/୫୩ ଗତେ ଘ୦୭/୪୦ ମଧ୍ୟେ

═✧══•❁❀❁•═════✧

ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ
[🌹꧁ ଆଜିର ରାଶିଫଳ꧂🌹🌼*

✧═════•❁❀❁•═════✧

🌹ମେଷ🌹👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।

✧═════•❁❀❁•═════✧

🌹ବୃଷ🌹👉 : କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ଆକସ୍ମିକ ଧନଲାଭ ହେବ।

✧═════•❁❀❁•═════✧

🌹ମିଥୁନ🌹👉 : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।

✧═════•❁❀❁•═════✧

🌹କର୍କଟ🌹👉 : ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।

✧═════•❁❀❁•═════✧

🌹ସିଂହ🌹👉 : ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।

✧═════•❁❀❁•═════✧

🌹କନ୍ୟା🌹👉 : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।

✧═════•❁❀❁•═════✧

🌹ତୁଳା🌹👉 : ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।

✧═════•❁❀❁•═════✧

🌹ବିଛା🌹👉 : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।

✧═════•❁❀❁•═════✧

🌹ଧନୁ🌹👉 : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।

✧═════•❁❀❁•═════✧

🌹ମକର🌹👉 :ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।

✧═════•❁❀❁•═════✧

🌹କୁମ୍ଭ🌹👉: ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।

✧═════•❁❀❁•═════✧

🌹ମୀନ🌹👉: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking