31.1 C
Bhubaneswar
Monday, May 6, 2024
Homeଓଡିଶାକରୋନା କାଳରେ ପିତାମାତାଙ୍କୁ ହରେଇଥିବା ୧୦୩ ଶିଶୁଙ୍କୁ ମିଳିଲା “ଆଶୀର୍ବାଦ”

କରୋନା କାଳରେ ପିତାମାତାଙ୍କୁ ହରେଇଥିବା ୧୦୩ ଶିଶୁଙ୍କୁ ମିଳିଲା “ଆଶୀର୍ବାଦ”

ଦେବଗଡ : ଗତ ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା, ମା କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷଦୀକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ଆଶୀର୍ବାଦ ଯୋଜନାରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ୧୦୩ ଜଣ ପିଲାଙ୍କୁ ପ୍ରଥମ ପର୍ଯ୍ୟାୟରେ ସହାୟତା ରାଶି ପ୍ରଦାନ କରାଯାଇ ଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ କଯେ ଗତ ମାସରେ ଜିଲ୍ଲାପାଳ ଶ୍ରୀ ସାମଲ ଉଭୟ ବାପା, ମା କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଚିହ୍ନଟକରଣ ପାଇଁ ସମସ୍ତ ସରପଞ୍ଚ , ସୁପରଭାଇଜର , ଅଙ୍ଗନବାଡି କର୍ମୀ , ସିଡିପିଓ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଦେଇଥିଲେ । ଜିଲ୍ଲାରେ ମୋଟ ୪୯୫ ଶିଶୁ ଚିହ୍ନଟ ହୋଇଥିଲେ ମଧ୍ୟ ମାତ୍ର ୧୦୩ ଜଣ ଶିଶୁଙ୍କ ଆବେଦନ ପତ୍ର ଆବଶ୍ୟକୀୟ କାଗଜପତ୍ର ସହ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପାଖରେ ପହଞ୍ଚି ପାରିଥିଲା । କିଛି ହିତାଧିକାରୀଙ୍କ ପାଖରେ ପିତା ଓ ମାତାଙ୍କ ମୃତ୍ୟୁ ପ୍ରମାଣ ପତ୍ର ନ ଥିବାରୁ , ସେମାନେ ଆବେଦନ କରିବାକୁ ବଞ୍ଚିତ ହୋଇ ଥିଲେ । ତେବେ ଯେଉଁ ହିତାଧିକାରୀଙ୍କ ପାଖରେ ପିତା ଓ ମାତାଙ୍କ ମୃତ୍ୟୁ ପ୍ରମାଣ ପତ୍ର ଉପଲବ୍ଦ୍ଧ ନାହି , ସେମାନେ ପ୍ରଥମେ ଏହି ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଆବେଦନ କରିବେ ଓ ପରବର୍ତୀ ପର୍ଯ୍ୟାୟରେ ଆଶୀର୍ବାଦ ଯୋଜନାରେ ସହାୟତା ପାଇଁ ସେମାନଙ୍କ ଆବେଦନକୁ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜୁଲାଇ ମାସ ପାଇଁ ୧୦୩ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୦ ଜଣ ପିତୃମାତୃ ହୀନ ଶିଶୁଙ୍କୁ ମ ୨୫୦୦ ଟଙ୍କା ଓ ରୋଜଗାର କ୍ଷମ ପିତାଙ୍କୁ ହରାଇ ଥିବା ୯୩ ଜଣ ଶିଶୁଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ସହାୟତା ସେମାନେ ୧୮ ବର୍ଷ ବୟସ ହ୍ୱୋ ପର୍ଯ୍ୟନ୍ତ ପ୍ରତ୍‌ଯେକ ମାସରେ ପାଇବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଏହି ୧୦ ଜଣ ପିତୃ ମାତୃ ହୀନ ଶିଶୁକୁ ମାସିକ ୫୦୦ ଟଙ୍କା ଲେଖାଏଁ ମଧୁବାବୁ ପେନସନ ଯୋଜନାରେ ପ୍ରଦାନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗକୁ ଅନୁରୋଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସହାୟତା ପ୍ରଦାନ କରାଯାଇଥିବା ଶିଶୁମାନଙ୍କ ମଧ୍ୟରୁ ଦେବଗଡ ପୌରାଞ୍ଚଳ ର ୧୭ ଜଣ , ରିଆମାଳର ବ୍ଲକ ର ୪୦ ଜଣ , ବ ।ରକୋଟର ବ୍ଲକ ର ୩୫ ଜଣ ଓ ତିଳେଇବଣୀ ବ୍ଲକର ୧୧ ଜଣ ଶିଶୁ ଯାହା ମଧ୍ୟରୁ ୫୭ ଜଣ ପୁଅ ଓ ୪୬ ଜଣ ଝିଅ ଥିବା ଜଣା ପଡିଛି । ପରବର୍ତୀ ପର୍ଯ୍ୟାୟ ରେ ନୂତନ ହିତାଧିକାରୀଙ୍କୁ ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଆଶୀର୍ବାଦ ଯୋଜନାରେ ସହାୟତା ପ୍ରଦାନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking