33.1 C
Bhubaneswar
Friday, April 26, 2024
Homeଓଡିଶାବିଜେଡିରେ ମିଶିଲେ ବିଜେପି କର୍ମୀ

ବିଜେଡିରେ ମିଶିଲେ ବିଜେପି କର୍ମୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ର ବିଜେପି ଗଡ଼ କୁହା ଯାଉଥିବା ସାହାରପଡା ବ୍ଲକର ଅଧକ୍ଷା ରମ୍ଭାବତୀ ଦେହୁରୀ ବିଜେପିକୁ ବାଏ ବାଏ କରି ଭୁବନେଶ୍ୱର ଠାରେ ମିଶ୍ରଣ ପର୍ବରେ ବିଜୁ ଜନତାରେ ମିଶିଛନ୍ତି । ତାଙ୍କ ସହ ରାଇଡିହା ପଞ୍ଚାୟତ ର ସରପଞ୍ଚ ପାର୍ବତୀ ହୋ ,ନରେନ୍ଦ୍ର ମହାନ୍ତ ଦିବାକର ମହାନ୍ତ,ନମିତା ମହାନ୍ତ,ନୀଳକଣ୍ଠ ଦେହୁରୀ ପ୍ରମୁଖ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଛନ୍ତି । ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣୀତ ହୋଇ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ମାନ୍ୟବର ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କ ସରକାରୀ କ୍ୱାର୍ଟର ପରିସରରେ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ, ରାଜ୍ୟ ବରିଷ୍ଠ ଉପସଭାପତି ତଥା ଘଷିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାଏକ, ଆନନ୍ଦପୁର ବିଧାୟକ ଶ୍ରୀ ଭାଗିରଥି ସେଠୀ, ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାଏକ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର, ଜିଲ୍ଲା ଯୁବ ସଭାପତି ଶ୍ରୀ ରାକେଶ କୁମାର ରାମ ଏବଂ କେନ୍ଦୁଝର ଜିଲ୍ଲା ର ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ନୂତନ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଥିବା ନେତୃମଣ୍ଡଳୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ନବାଗତ ଙ୍କ ଯୋଗଦାନ ଦଳ କୁ ଆହୁରି ସୁଦୃଢ କରିବ ବୋଲି ପାଟଣା ବିଧାୟକ ଜଗନ୍ନାଥ ନାଏକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking