30.1 C
Bhubaneswar
Friday, April 26, 2024
Homeଓଡିଶାଗଛରେ ବାନ୍ଧି ବାପଝିଅଙ୍କୁ ପିଆଇଲେ ଗୋବର ପାଣି

ଗଛରେ ବାନ୍ଧି ବାପଝିଅଙ୍କୁ ପିଆଇଲେ ଗୋବର ପାଣି

ଭୁବନେଶ୍ୱର: ଆଜି ମଣିଷ ଚନ୍ଦ୍ରରେ ପାଦ ରଖିଥିଲେ ବି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଆଉ ଗୁଣିଗାରେଡି ଦୂର ହୋଇନାହିଁ । ଏମିତି ଏକ ଦୃଶ୍ୟ ନୀଳଗିରି ଅଂଚଳରେ ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ବାପଝିଅଙ୍କୁ ଅସହ୍ୟ ନିର୍ଯ୍ୟାତନା ଦିଆଯାଇଛି । ନୀଳଗିରି ଥାନା ଅଂଚଳରେ ଗଛରେ ବାପଝିଅଙ୍କୁ ବାନ୍ଧି ନିର୍ଧୂମ ମାଡ ମରାଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଉଭୟଙ୍କୁ ଗୋବର ପାଣି ପିଆଇବା ସହ ଦେହ ଓ ହାତରେ ଗୋବର ମଧ୍ୟ ଗ୍ରାମବାସୀ ବୋଳିଥିବା ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ କବଳରୁ ମୁକୁଳିବା ପରେ ବାପଝିଅ ଥାନାରେ ଅଭିଯୋଗ କରିଛନ୍ତି । ଗାଁରେ ବାରମ୍ବାର ଦେଖାଦେଉଥିବା ସମସ୍ୟା ପାଇଁ ଗୁଣିଆ ଆସିଥିଲେ । ସବୁ ସମ୍ୟାର ମୂଳ ବାପଝିଅ ବୋଲି ଗ୍ରାମବାସୀ କହିଥିବା ବାପଝିଅ ଅଭିଯୋଗ କରିଛନ୍ତି । ତେବେ ଗୁଣିଆ ପ୍ରରୋଚନାରେ ନିର୍ଯାତନା ଦିଆଯାଉଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।
https://onakhabar.com/2020/06/15/door-to-door-covid19-surveillance-in-odisha-from-tomorrow/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking