34.1 C
Bhubaneswar
Friday, March 29, 2024
Homeଓଡିଶାବୃଦ୍ଧାଙ୍କୁ ଖଟିଆରେ ଘୋଷାଡି ଘୋଷାଡି ନେବା ଘଟଣା: ବ୍ୟାଙ୍କ ମ୍ୟାନେଜର ସସପଣ୍ଡ

ବୃଦ୍ଧାଙ୍କୁ ଖଟିଆରେ ଘୋଷାଡି ଘୋଷାଡି ନେବା ଘଟଣା: ବ୍ୟାଙ୍କ ମ୍ୟାନେଜର ସସପଣ୍ଡ

ଭୁବନେଶ୍ୱର : ବୃଦ୍ଧାଙ୍କୁ ଖଟିଆରେ ଘୋଷାଡି ଘୋଷାଡି ନେଇ ବ୍ୟାଙ୍କରେ ହାଜର କରାଇବା ପ୍ରସଙ୍ଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ସସପଣ୍ଡ କରାଯାଇଛି । ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଅଜିତ ପ୍ରଧାନ ସସପେଣ୍ଡ ହୋଇଛନ୍ତି । ସସପେଣ୍ଡ ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୂଚନାଯୋଗ୍ୟ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବରଗାଁ ଗାଁରେ  ୧୨୦ ବର୍ଷ ବୟସର ମାକୁ ଖଟିଆରେ ଟାଣି ଟାଣି  ଝିଅ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା  । ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ୧୨୦ ବର୍ଷୀୟା ବୃଦ୍ଧା ମୂଲେ ହରିଜନଙ୍କର ଜନଧନ ଆକାଉଂଟ ରହିଛି । ପଇସା ଉଠାଇବା ଲାଗି ତାଙ୍କ ଝିଅ କୁଇନ ମତି ସିକା ବାରମ୍ବାର ବ୍ୟାଙ୍କ ଦୌଡିଥିଲେ । ମା ଆସିବା ଅବସ୍ଥାରେ ନାହାନ୍ତି କି ଆସିପାରିବେନି ବୋଲି ସେ ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ପରିସ୍ଥିତି ନ ବୁଝି ମାଙ୍କୁ ନଆଣିଲେ ପଇସା ଦିଆଯିବ ନାହିଁ ବୋଲି ସଫା ସଫା ବ୍ୟାଙ୍କ ଶାଖା ପରିଚାଳକ କହିଥିଲେ । ଫଳରେ ବାଧ୍ୟ ହୋଇ ଗତ ବୁଧବାର କୁଇନମତୀ ମାଙ୍କୁ ଖଟିଆରେ ଶୁଆଇ ଟାଣି ଟାଣି ବ୍ୟାଙ୍କ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking