27.1 C
Bhubaneswar
Friday, May 10, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ

ଜଗତପୁର: ପୁରୀ ଜିଲ୍ଲା ସତ୍ୟବାଦୀସ୍ଥିତ ସାକ୍ଷୀଗୋପାଳ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବାଇକ୍‌ ଆରୋହୀ ଦଂପତିଙ୍କ ଉପରେ ଟ୍ରକ୍ ଚଢ଼ିଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ବର୍ଷର ଶିଶୁପୁତ୍ର ଆହତ ହୋଇଥିବା ବେଳେ ତାର ବାପା-ମାଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲା ଜଗତପୁର ଥାନା ଅଧୀନ ନୃସିଂହବଜାରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ବାଇକ୍ ଆରୋହୀ ହେଲେ ଅନିରୁଦ୍ଧ ଜେନା (୪୦) ଓ ତାଙ୍କର ସ୍ତ୍ରୀ ରିତାଲି ଜେନା (୩୫) । ସେମାନଙ୍କର ଆହତ ପୁଅର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ମହଣ ପଞ୍ଚାୟତର ପୂରଣଗ୍ରାମର ଅନିରୁଦ୍ଧ ଜେନା ନିଜ ସ୍ତ୍ରୀ ଓ ୪ ବର୍ଷ ବୟସର ଶିଶୁପୁତ୍ରକୁ ନେଇ ଆଜି ସକାଳୁ ବାଇକ୍‌ରେ ପୁରୀ ଜିଲ୍ଲା ସାକ୍ଷୀ ଗୋପାଳରେ ଠାକୁରଙ୍କ ଦର୍ଶନ କରିବାକୁ ଯାଇଥିଲେ । ସନ୍ଧ୍ୟା ସମୟରେ ସେ କଟକ-ଚାନ୍ଦବାଲି ରୋଡ଼ ଦେଇ ଘରକୁ ଫେରୁଥିଲେ । ନୃସିଂହବଜାର ଠାରେ ତାଙ୍କୁ ଏକ ଅଜଣା ଟ୍ରକ୍‌ ଧକ୍କା ଦେଇଥିଲା । ଫଳରେ ଦଂପତି ଓ ଶିଶୁପୁତ୍ର ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ନେଇଥିଲେ । ସେଠରେ ଡାକ୍ତର ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଆହତ ଶିଶୁପୁତ୍ରକୁ ଜଗତପୁରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ସୁଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଫେରାର ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking