37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶକୋର୍ଟରେ ହାଜର ହେବାକୁ ଡେରି ହେବାରୁ ପୋଲିସକର୍ମୀଙ୍କୁ ଘାସ କାଟିବାକୁ ନିର୍ଦ୍ଦେଶ

କୋର୍ଟରେ ହାଜର ହେବାକୁ ଡେରି ହେବାରୁ ପୋଲିସକର୍ମୀଙ୍କୁ ଘାସ କାଟିବାକୁ ନିର୍ଦ୍ଦେଶ

ମୁମ୍ବାଇ: କୋର୍ଟରେ ପହଞ୍ଚିବାକୁ ଡେରି ହେବାରୁ ପୋଲିସ କର୍ମୀଙ୍କୁ ମିଳିଲା ଦଣ୍ଡ । କୋର୍ଟର ମାଜିଷ୍ଟ୍ରେଟ ତାଙ୍କୁ ଘାସ କାଟିବା ନିର୍ଦ୍ଦେଶ ଦେଇଥିଲେ । ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ପରଭଣେ ଜିଲାରେ । ସେଠାକାର ମାନବତ ପୋଲିସ ଷ୍ଟେଶନର ଜଣେ କନେଷ୍ଟବଳ ଓ ହେଡ୍‌? କନେଷ୍ଟବଳଙ୍କୁ ଘାସ କାଟିବା ପାଇଁ ଦଣ୍ଡ ଦିଆଯାଇଛି ।

ଦଣ୍ଡରେ ଅସନ୍ତୋଷ ବ୍ୟକ୍ତ କରି ଦୁଇ ପୋଲିସ କର୍ମୀ ନିଜ ଅଧିକାରୀଙ୍କୁ ଏହି ମାମଲା ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଏନେଇ ଥାନାର ଏସପି ଇନଚାର୍ଜ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଏକ ବିସ୍କୃତ ରିପୋର୍ଟ ନ୍ୟାୟପାଳିକାଙ୍କୁ ଦିଆଯାଇଛି । ସୂଚନାଯୋଗ୍ୟ, ଦୁଇ ପୋଲିସର୍ମୀ ଅଭିଯୁକ୍ତଙ୍କୁ ସକାଳ ୧୧ଟାରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସେ ୧୧.୩୦ରେ ଅଦାଲତରେ ପହଞ୍ଚିଥିଲେ । ଯେଉଁ କାରଣରୁ ମାଜିଷ୍ଟ୍ରେଟ ତାଙ୍କ ଉପରେ ଅସନ୍ତୋଷ ଝାଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking