28.1 C
Bhubaneswar
Friday, April 26, 2024
Homeକୃଷି୩ ଦଫା ଦାବୀରେ ଜୟ କିଷାନ ସଂଗଠନର ଟ୍ରାକ୍ଟର ଶୋଭାଯାତ୍ରା

୩ ଦଫା ଦାବୀରେ ଜୟ କିଷାନ ସଂଗଠନର ଟ୍ରାକ୍ଟର ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩ ଦଫା ଦାବୀ ନେଇ ଜୟ କିଷାନ ସଂଗଠନ ତରଫରୁ ଆଜି ବଲାଙ୍ଗିର ସହରରେ ଏକ ଶୋଭାଯାତ୍ରା ହୋଇଯାଇଛି । ଦିଲ୍ଲୀ ସୀମାରେ ଆନ୍ଦୋଳନରତ କିଷାନମାନଙ୍କୁ ସମର୍ଥନ ଜଣାଇବା ସହ ଆଂଚଳିକ ଚାଷୀମାନଙ୍କ ସମସ୍ୟାକୁ ନେଇ ଏହି ଶୋଭାଯାତ୍ରା କରାଯାଇଥିବା କୁହାଯାଇଛି । କେନ୍ଦ୍ର ସରକାରଙ୍କ କୃଷିନୀତି ୨୦୨୦ ପ୍ରତ୍ୟାହାର, ଏମ୍‌ ଏସ୍‌ ପି କୁ ଆଇନ ଗତ ସୁରକ୍ଷା ଓ ଆଂଚଳିକ ଧାନମଣ୍ଡି ମାନଙ୍କୁ ହେଉଥିବା କଟନି ଛଟନିକୁ ସଂପୁର୍ଣ୍ଣ ଭାବେ ବନ୍ଦ କରିବା ସହିତ ଚାଷୀଙ୍କୁ ଯଥା ଶୀଘ୍ର ଟୋକନ ଯୋଗାଇ ଦେଇ ସେମାନଙ୍କ ସମସ୍ତ ଧାନ ସରକାର କିଣି ନିଅନ୍ତୁ ବୋଲି ସଂଗଠନ ଦାବୀ କରିଛି । ସୌରି କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ସତ୍ୟ ବନଛୋରଙ୍କ ମିଳିତ ଆବାହକତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚାଷୀମାନେ ଆସି ସ୍ଥାନୀୟ ପଥରଚେପା ଠାରେ ଏକତ୍ରିତ ହୋଇଥିଲେ । ପରେ ପରେ ଆଠ ଗୋଟି ଟ୍ରାକ୍ଟର ଓ ପ୍ରାୟ ଦେଢ ଶହ ବାଇକ ସହିତ ସମସ୍ତ ଚାଷୀ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାରଙ୍କ କଳା କୃଷିନୀତି ବିରୁଦ୍ଦରେ ଗର୍ଜି ଥିଲେ ।

ଏହି ଅବସରରେ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ର ଆବାହକ ଲିଙ୍ଗରାଜ ପ୍ରଧାନ ଓ ବୋରାସମ୍ବର କୃଷକ ସଂଗଠନର ସଂପାଦକ ରମେସ ମହାପାତ୍ର ଯୋଗଦାନ କରି କେନ୍ଦ୍ର ସରକାରଙ୍କ କୃଷିନୀତିକୁ ଆଦାନୀ ଅମ୍ବାନୀ ପୋଷଣ ନୀତି କହିବା ସହ ବିଜେପି ସରକାରଙ୍କ ଚାଷୀ ବରୋଧୀ କାର୍ଯ୍ୟକଳାପ ବିରୁଦ୍ଧରେ ବିଷୋଦଗାର କରିଥିଲେ । ଶୋଭାଯାତ୍ରା ସ୍ଥାନୀୟ ପଥରଚେପା ଠାରୁ ବାହାରି କଚେରି ଛକ, ପାଟଣା ହୋଟେଲ ଛକ, ବିକ୍ରମ ଛକ, ଭାଗିରଥୀ ଛକ ଦେଇ ପୁଣି ପଥରଚେପାରେ ଶେଷ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ କିଷାନ ମଜଦୁର ସଂଘର ସୁଶିଲ ଗୁରୁ, ସର୍ବଭାରତୀୟ କୃଷକ ଖେତ ମଜଦୁର ସଙ୍ଗଠନର ସୁନିଲ ଭୋଇ, ଅଚ୍ୟୁତ (ସିପୁନ) ଖମାରୀ, ସନ୍ଦୀପ ବାଗ, ବ୍ୟାସଦେବ ଥନାପତି, ସଂଗ୍ରାମ ସାହୁ, ବନମାଳି ନାଏକ ଓ ଗିରିଧାରି ଭୋଇ ପ୍ରମୁଖ ଶୋଭାଯାତ୍ରାରେ ବିଶେଷ ସହେଯାଗ କରିଥିଲେ । ତେବେ ଜିଲ୍ଲାରେ ଏହି ଶୋଭାଯାତ୍ରାକୁ ନିଜ ଢଙ୍ଗର ପ୍ରଥମ ଶୋଭାଯାତ୍ରା କୁହାଯାଉଥିବା ବେଳେ କୌଣସି ରାଜନୈତିକ ସମର୍ଥନ ବିନା ଏଭଳି ଶୋଭାଯାତ୍ରାର ସଫଳ ଆୟୋଜନ ପାଇଁ ଜୟ କିଷାନ ସଂଗଠନକୁ ଚାଷୀମାନେ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking