26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଆଇପିଏଲ ୨୦୨୧ ପାଇଁ ଖେଳାଳୀଙ୍କ ଅକ୍ସନ ତାରିଖ ଘୋଷଣା, କେବେ ଏବଂ କେଉଁଠାରେ ପଢନ୍ତୁ

ଆଇପିଏଲ ୨୦୨୧ ପାଇଁ ଖେଳାଳୀଙ୍କ ଅକ୍ସନ ତାରିଖ ଘୋଷଣା, କେବେ ଏବଂ କେଉଁଠାରେ ପଢନ୍ତୁ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ପାଇଁ ଖେଳାଳୀଙ୍କ ଅକ୍ସନ ତାରିଖ ଘୋଷଣା ହୋଇଛି । ଆଇପିଏଲ ୨୦୨୧ ପାଇଁ ଖେଳାଳୀଙ୍କ ଅକ୍ସନ ୧୮ ଫେବୃୟାରୀ ଚେନ୍ନାଇରେ ହେବ । ଟିମ ଫ୍ରାଞ୍ଚାଇଜ ବିସିସିଆଇକୁ ରିଟେନ ଓ ରିଲିଜ ଖେଳାଳୀଙ୍କ ଲିଷ୍ଟ ପ୍ରଦାନ କରିଛି । ଚଳିତ ଥର ଅକ୍ସନରେ ଷ୍ଟିଭ ସ୍ମିଥ୍ ଓ ମ୍ୟାକ୍ସୱେଲ ଭଳି ଖେଳାଳୀଙ୍କ ନିଲାମ ଡକାଯିବ । ସ୍ମିଥଙ୍କୁ ରାଜସ୍ଥାନ ରୟାଲ୍ସ ରିଲିଜ କରିଛି । ସେହିଭଳି ୨୦୨୦ ଆଇପିଏଲରେ ଫ୍ଲପ ରହିଥିବା ମ୍ୟାକ୍ସୱେଲଙ୍କୁ କିଙ୍ଗସ ଇଲେଭେନ ପଂଜାବ ନିଜ ଦଳରୁ ବାହାରି ଯିବା ରାସ୍ତା ଦେଖାଇଛି । ତେବେ ଆଇପିଏଲ ୨୦୨୧ ଅକ୍ସନରେ ଦେଖିବାକୁ ବାକି ରହିଲା ଯେ, ବିଗ ବସ ଲିଗରେ ଜବରଦସ୍ତ ଫର୍ମରେ ନଜର ଆସିଥିବା ଏଲେକ୍ସ ହେଲ୍ସ ନିଲାମରେ ସାମିଲ ହେଉଛନ୍ତି କି ନାହିଁ । ଯେଉଁ ସମୟରେ ଅକ୍ସନ କରାଯିବ, ସେ ସମୟରେ ଭାରତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଥିବ । ଚେନ୍ନାଇରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ ୧୮ ଫେବୃୟାରୀରେ ମିନି ଅକ୍ସନ ଆୟୋଜନ କରାଯିବ । ୧୭ ଫେବୃୟାରୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶେଷ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking