28.1 C
Bhubaneswar
Saturday, May 11, 2024
Homeଓଡିଶାଯାଜପୁରଧାନ ତଳିରେ ବିରୁଆ ପୋକ, ଚାଷୀ ମୁଣ୍ଡରେ ଚଡକ

ଧାନ ତଳିରେ ବିରୁଆ ପୋକ, ଚାଷୀ ମୁଣ୍ଡରେ ଚଡକ

ଯାଜପୁର : ଚାଷୀ ମାନଙ୍କ ଉପରେ ପ୍ରାକୃତିକ ବିପଦ ଗୋଟିଏ ପରେ ମାଡି ବସୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତିକ୍ଷ କେବଳ ଚାଷୀଙ୍କ ପାଇଁ ଯୋଜନା କରୁଛନ୍ତି ସେ ଯୋଜନା କାର‌୍ୟ୍ୟକାରିତା ଉପରେରେ ସମୀକ୍ଷା କରୁନାହାନ୍ତି କ୍ଷ ଯୋଜନା ଗୁଡିକ କାଗଜ କଲମ ଓ ଭାଷଣ ବାଜିରେ ସୀମିତ ରହିଛି କ୍ଷ ସାଧାରଣ ଚାଷୀ ଯୋଜନା ସମ୍ପର୍କ ସଚେତନତା କରାଯାଉ ନାହିଁ କ୍ଷ ଚାଷୀ ବୀମା ରାଶି ମଧ୍ୟ ଠିକି ସମୟରେ ପାଇବାରୁ ବଂଚିତ ହେଉଛନ୍ତି କ୍ଷ ଏବେ ମୌସୁମୀ ବର୍ଷାରେ ବିଲରେ ପାଣି ଅଛି ଚାଷୀ ରୁଆ ପୋତା କରିବା ପାଇଁ ଟ୍ରାକ୍ଟର ବିଲ ଚାଷ କରି ବିଲ ରେ ଧାନ ଗଛ ରୁଆ ପୋତା କରିବା ସମୟ ରେ ଧାନ ତଳି ରେ ବିରୁଆ ପୋକ ଲାଗି ଧାନ ଗଛ ତଳି କୁ ନଷ୍ଟ ଦେଉଛି କ୍ଷ ତଳି ଗୁଡିକ ପୋଡି ଯିବା ପରି ଦେଖା ଯାଉଛି କ୍ଷ କୋରାଇ ବ୍ଲକରେ ୧୯ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଛି କ୍ଷ ରୁଆ ପୋତା ସମୟରେ ତଳିର ବିରୁଆ ପୋକ ତାଣ୍ଡବ ଚାଷୀ କୁଳଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । କୀଟନାଶନ ଔଷଧ ପକାଇଲେ ଫଳ ମିଳୁ ନାହିଁ କ୍ଷ. ଚଢା ଦାମରେ କୀଟ ନାଶନ ଔଷଧ କିଣି ଚାଷୀ ମାନେ ଧାନ ତଳିରେ ପକାଉଛନ୍ତି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କମଳ କୁମାର ନାୟକ, ଯାଜପୁର ରୋଡ ଜିଲ୍ଲା କୃଷି ଅଧିକାରୀ ବୈରାଗୀ ଚରଣ ସେଠି, କୋରାଇ ବ୍ଲକ କୃଷି ଅଧିକାରୀ ଶରତ ଚନ୍ଦ୍ର ନାୟକ , ବିଭିନ୍ନ ପଂଚାୟତ ବିରୁଆ ପୋକ ଲାଗି ଥିବା ଧାନ ତଳି ଅନୁଧ୍ୟାନ କରି ଥିଲେ । କୀଟ ନାଶନ ଔଷଧ ପକାଇବା ପାଇଁ ପରକ୍ଷମର୍ଶ ଦେଇଛନ୍ତି । ବ୍ଲକରେ ଥିବା ସାର କୀଟନାଶନ ଡିଲର ଓ ସମବାୟ ସମିତି ମାନ ବୁଲି ଷ୍ଟକ ଯାଞ୍ଚ କରିଥିଲେ । ସାର କିଟନାଶନ ଔଷଧ ଚାଷୀମାନଂକୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଥିଲେ କ୍ଷ ସାର କୀଟନାଶନ ଔଷଧ କଳାବଜାରୀ କଲେ ସମ୍ପୃକ୍ତ ଡିଲର ମାନଙ୍କ ବିରୁଦ୍ଧରେ କାର‌୍ୟ୍ୟକ୍ଷନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କମଳ କୁମାର ନାୟକ କହିଥିଲେ । ସେ କହିଲେ ସମଗ୍ର ଜିଲ୍ଲାରେ ୮ଟି ବିଇଓ ପଦବୀ ଖାଲି ପଡ଼ିଛି । ୩୯ଟି ଗ୍ରାମ କୃଷି କର୍ମଚାରି ପଦ ଖାଲିପଡ଼ିଛି କ୍ଷ ତୁରନ୍ତ ପୂରଣ ପାଇଁ ସରକାରଙ୍କୁ ଅବଗତ କରାଯାଇଛି କ୍ଷ କୃଷି କର୍ମଚାରି ମାନେ ଚାଷୀମାନଂକୁ କିଟ ନାଶନ ଔଷଧ ଓ ସାର ବିଲରେ ପ୍ରୟୋଗ କରିବା ପାଇଁ ପରକ୍ଷମର୍ଶ ଦେବା ପାଇଁ ନିର୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking