30.1 C
Bhubaneswar
Friday, April 26, 2024
Homeଓଡିଶାଧାନକିଣାରେ ଅବ୍ୟବସ୍ଥା: ଚାଷୀ ଘେରଲେ ସିଏସଓ କାର୍ଯ୍ୟାଳୟ

ଧାନକିଣାରେ ଅବ୍ୟବସ୍ଥା: ଚାଷୀ ଘେରଲେ ସିଏସଓ କାର୍ଯ୍ୟାଳୟ

ବଲାଙ୍ଗୀର,(ଦେବାଶିଷ ମିଶ୍ର) – ସରକାର ଧାନକିଣାକୁ ସୁବ୍ୟବସ୍ଥିର କରିବା ପାଇଁ ଚଳିତ ବର୍ଷ ଠାରୁ ଟୋକନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ତେବେ ଏହି ଟୋକନ ବ୍ୟବସ୍ଥା ଧାନକିଣାକୁ ସୁଗମ କରିବା ବଦଳରେ ଜଟିଳ କରୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସରକାରୀ ତ୍ରୁଟି ଯୋଗୁଁ ମଣ୍ଡିରେ ଧାନ ପଡି ରହିଛି । ଧାନ ବିକ୍ରି କରିପାରୁନଥିବା ଅଭିଯୋଗରେ ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀ(ସିଏସଓ)ଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଜିଲ୍ଲା କୃଷକ ମହାସଂଘର ସଭାପତି ଡା.ସୁଧିର ପରିଛାଙ୍କୁ ନେତୃତ୍ୱରେ ଚାଷୀମାନେ ସିଏସଓଙ୍କ କାର୍ଯ୍ୟାଳୟକୁ ଘେରାଉ କରି ତୁରନ୍ତ ଧାନ କିଣିବା ପାଇଁ ଦାବି କରିଛନ୍ତି । ପାଟଣାଗଡ ବ୍ଳକରେ ଧାନ କିଣିବା ପାଇଁ ଘସିଏନ ପେକ୍ସ ରହିଛି । ଏହି ପେକ୍ସରେ ଘସିଏନ ପଂଚାୟତର ଗେର୍ଡା ଗାଁ ଓ ଖୁଣ୍ଟ ସମଲାଇ ଗ୍ରାମ ପଂଚାୟତର ଚାଷୀମାନେ ପଞ୍ଜିକୃତ ହୋଇଛନ୍ତି । ୪୮୩ ଜଣ ଚାଷୀ ଏହି ପେକ୍ସରେ ପଞ୍ଜିକୃତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ୧୫ ହଜାର କୁଇଣ୍ଟାଲ ଧାନ ବିକ୍ରିି କରି ସାରିଛନ୍ତି । ତେବେ ୩୪ ହଜାର କୁଇଣ୍ଟାଲ ଧାନ ବାକିଆ ରହିଛି । ଏଥିପାଇଁ ଟୋକନ ଜେନେରେଟ ହୋଇଛି । ଆହୁରି ମଧ୍ୟ ସରକାର ମିଲର୍ସ କୁ ନିୟନ୍ତ୍ରଣ କରୁଛନ୍ତି ନା ମିଲର୍ସ ସରକାର କୁ ନିୟନ୍ତ୍ରଣ କରୁଛନ୍ତି ତାହା ଜଣାପଡୁନାହିଁ ବୋଲ ପ୍ୟକ୍ସ ର ସଂପାଦକ ଅଭୀଯୋଗ କରିଛନ୍ତି । ଇତି ମଧ୍ୟରେ ମାତୟ ୬୦୦ ଜଣ ଧାନ କିଣିବା ପାଇଁ ଟୋକନ ଜେନେରେଟ କରାଯାଇଛି । କେବଳ ଖୁଣ୍ଟପାଲି ଓ ଗେର୍ଡା ଗାଁରେ ଚାଷୀଙ୍କ ସଙ୍ଖ୍ୟା ୪୮୩ ଥିବା ବେଳେ ସମଗ୍ର ପେକ୍ସରେ ଚାଷୀଙ୍କ ସଙ୍ଖ୍ୟା ବହୁତ ଅଧିକ ରହିଛି । ତେବେ ଅତି କମ ପରିମାଣରେ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଉଥିବାରୁ ଚାଷୀଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଛି । ଏହାକୁ ନେଇ ପ୍ୟାକ୍ସକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ତେଣୁ ସମସ୍ତ ଚାଷୀଙ୍କ ଧାନ କିଣିବା ପାଇଁ ଟାର୍ଗେଟ ନିଆଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking