29.1 C
Bhubaneswar
Tuesday, May 7, 2024
Homeଓଡିଶାଚଢା ଦରରେ ସାର ବିକ୍ରି ନେଇ ଚାଷୀ ଅସନ୍ତୋଷ

ଚଢା ଦରରେ ସାର ବିକ୍ରି ନେଇ ଚାଷୀ ଅସନ୍ତୋଷ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗୋଟିଏ କୃଷି ପ୍ରଧାନ ଜିଲ୍ଲା । ଯେଉଁଠାରେ କି ୬୦ ପ୍ରତିଶତ ଲୋକ କୃଷି କାର୍ଯ୍ୟ କରି ନିଜର ପରିବାର ପ୍ରିତି ପୋଷଣ କରିଥାନ୍ତି । ଗତ ଦୁଇ ବର୍ଷ ହେଲା ସାରା ବିଶ୍ୱ କରୋନା ମହାମାରୀକୁ ନେଇ ବିଭିନ୍ନ ଆର୍ଥିକ ସମସ୍ୟାରେ ଗତି କରୁଛନ୍ତି ଚାଷୀ । ମାତ୍ର ଦୁଃଖର ବିଷୟ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅଧିନରେ ଥିବା ତରଭା, ରଞ୍ଜା, ନୁଆଗାଁ, ଚାଉଳିଆ, ବଣସିଂହ, ରାଧାଦେଇପୁର, ବିରାଡିଆ, ବେଲଟିକିରି, କାଇମାଟି ଓ ଗୋବିନ୍ଦପୁର ଆଦି ପଚାଂୟତ ଗୁଡିକରେ ଚଢା ଦରରେ ସାର ବିକ୍ରି ହେଉଥିବାରୁ ଚାଷୀ ଭାଇମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।

ବର୍ତମାନ ସାର ବିକ୍ରୟ କେନ୍ଦ୍ର ଗୁଡିକରେ ୟୁରିଆ ୩୫୦ ଟଙ୍କା, ଗ୍ରୋମର ୧୨୫୦ ଓ ଡିଏପି ୧୩୦୦ ଦରରେ ବିକ୍ରି କରୁଛନ୍ତି ।
ସରକାରୀ ଦର ହିସାବରେ ୟୁରିଆ ସାର ୨୬୬ ଟଙ୍କା ୫୦ ପଇସା, ଡିଏପି ୧୨୦୦ ଓ ଗ୍ରୋମର ସାରର ଦର ୧୦୦୦ ଟଙ୍କା ନିର୍ଧାରଣ କରିଛନ୍ତି । ହେଲେ ସେମାନଙ୍କୁ ଠିକ୍ ଦାମ୍‌ରେ ସାର ମିଳି ପାରୁନାହିଁ । ସେଥିପ୍ରତି ପ୍ରଶାସନର ଦୃଷ୍ଟି ନଥିବାରୁ ଏଭଳି କାମ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଜିଲ୍ଲାରେ କିଛି ଅସାଧୁ ସାର ଦୋକାନ ମାଲିକଙ୍କୁ ଏ ବିଷୟରେ ପଚାରିବାରୁ ସେ କୁହନ୍ତି ଯେ ଆମେତ ଅଧିକା ଦାମରେ କିଣୁଛୁ ତେଣୁ ଅଧିକ ଦାମରେ ବିକ୍ରି ମଧ୍ୟ କରିବୁ । ଏସବୁ ଭିତରେ କିନ୍ତୁ ସ୍ଥାନୀୟ ଅଚଂଳର ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେଉଛନ୍ତି । ବର୍ତମାନ ଧାନ କାମ ଚାଲୁଥିବା ବେଳେ ସାର ଓ କିଟନାଶକର ଢେର ଆବଶ୍ୟକତା ରହିଛି ।

ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ମାନେ ବେଶ ମୁନାଫା ଲାଭ ଉଠାଉଛନ୍ତି । ଖୋଲା ବଜାରରରେ ଏତେ ଚଢା ଦରରେ ସାର ବିକ୍ରି ହେବା ନେଇ ଚାଷୀ ଭାଇମାନେ ଅସାଧୁ ବ୍ୟବସାୟୀଙ୍କ ଶୋଷଣର ଶିକାର ହେଉଛନ୍ତି । ମାତ୍ର ସରକାର ସାରର କଳାବଜାରୀକୁ ରୋକିବାକୁ ନେଇ ବିଭିନ୍ନ କରିଥିଲେ ମଧ୍ୟ କଳାବଜାରୀକୁ ରୋକାଯାଇ ପାରୁନାହିଁ । ସ୍ୱିକୃତି ପ୍ରାପ୍ତ ସାରବ୍ୟବସାୟୀ ନିର୍ଧାରିତ ଦରଠାରୁ ଅଧିକ ଦରରେ ବିକ୍ରି କଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦେଖିବାକୁ ବାକି ରହିଲା କି ସରକାର ଏଥିପ୍ରତି କିଭଳି ଦୃଷ୍ଟି ଦେଇ ଚାଷୀ ମାନଙ୍କୁ ନିର୍ଧାରିତ ଦରରେ ସାର ଯୋଗାଉଛନ୍ତି । ଏହି ସବୁ ଅଚଂଳରେ ଥିବା ସାର ବିକ୍ରୟ କେନ୍ଦ୍ର ଗୁଡିକରେ ଚଢାଉ କରି ନିୟମିତ ତଦାରଖ କରିବାକୁ ଚାଷୀ ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking