35.1 C
Bhubaneswar
Sunday, May 19, 2024
Homeଓଡିଶାରାଜ୍ୟରେ ଆଜି ୧ ହଜାର ୪୧ ସଂକ୍ରମିତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଜି ୧ ହଜାର ୪୧ ସଂକ୍ରମିତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ପୂର୍ବରୁ କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଦୀର୍ଘ ୪ ମାସ ପରେ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିବା ପରେ ପରେ ଆଜି ପୁଣି ହଜାରେ ଟପିଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି ।

ଏହା ମଧ୍ୟରେ ଆଜି ୧୦୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୫ ଓ ସ୍ଥାନୀୟ ଅଞ୍ଚଳରୁ ୪୩୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୮୩, କଟକରୁ ୧୩୨, ଜଗତସିଂହପୁର ଓ ଷ୍ଟେଟପୁଲରୁ ୮୧ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୭ ଆକ୍ରାନ୍ତ ଚିହ୍ନଟ। ଯାଜପୁରରୁ ୩୬, ପୁରୀରୁ ୩୪, କେନ୍ଦ୍ରାପଡା, ମୟୂରଭଞ୍ଜ, ନୟାଗଡ଼ରୁ ୨୮ଜଣ ଲେଖାଏଁ, ରାୟଗଡ଼ାରୁ ୨୬, ବାଲେଶ୍ୱରରୁ ୨୩, କେନ୍ଦୁଝରରୁ ୧୭, ଭଦ୍ରକରୁ ୧୫, ଗଞ୍ଜାମରୁ ୧୧, ଢେଙ୍କାନାଳରୁ ୧୦, ସମ୍ବଲପୁରରୁ ୯, ଦେବଗଡ଼ରୁ ୭, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏଁ, ବରଗଡ଼, ଗଜପତି, ମାଲକାନଗିରିରୁ ୩ଜଣ ଲେଖାଏଁ , ନବରଙ୍ଗପୁର ଓ ନୂଆପଡାରୁ ୨ଜଣ ଲେଖାଏଁ, ବଲାଙ୍ଗୀର ଓ ବୌଦ୍ଧରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୭୧ ହଜାର ୩୯୧ ରହିଥିବା ବେଳେ ୧୦ ହଜାର ୯୮୮ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking