30.1 C
Bhubaneswar
Sunday, May 5, 2024
Homeଓଡିଶା୧୧କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଷୀ ମୃତ

୧୧କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଷୀ ମୃତ

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ଲାଗି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,  ଗାଁର ପ୍ରକାଶ ସାହୁ(୪୨)ଙ୍କ ଆମ୍ବତୋଟା ନିକଟରେ ଏକ ବିଲ ରହିଛି । ସେଠାରେ ସେ ମକା ଚାଷ କରିଥିଲେ । ତେବେ ବିଲ ନିକଟରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ସପ୍ତାହେ ହେଲା ତ୍ରୁଟି ରହିଥିବା ଯୋଗୁଁ ତାଙ୍କ ନିକଟକୁ ବିଦ୍ୟୁତ ସରବରାହ ନଥଲା । ଫଳରେ ପ୍ରକାଶ ଚାଷ ଜମିରେ ପାଣି ମଡ଼ାଇଇ ପାରୁନଥିଲେ । ସେ ବାରମ୍ବାର ଏସମ୍ପର୍କରେ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ ଟ୍ରାନ୍ସଫର୍ମରଟି ମରାମତି କରାଯାଇନଥିଲା । ଫଳରେ ମକାଚାଷ ଉଜୁଡ଼ିଯିବା ଆଶଙ୍କାରେ ପ୍ରକାଶ ନିଜେ ଟ୍ରାନ୍ସଫର୍ମର ମରାମତି କରିବାକୁ ଉପରକୁ ଚଢିଥିଲେ ।

କିନ୍ତୁ ସେଠାରେ ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ । ଏ ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଗାଁ ଲୋକମାନେ ୫୫ ନଂ ଜାତୀୟ ରାଜପଥକୁ ୬ ଘଣ୍ଟା ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ପରେ ବିଦ୍ୟୁତ୍ ବିଭାଗ ଓ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥଲେ । ଅନୁଗୁଳ ଅତିରିକ୍ତ ତହସିଲଦାର ସୁମନ୍ତ ସାହୁ, ବିଦ୍ୟୁତ୍ ବିଭାଗ ଉପଖଣ୍ଡ ମ୍ୟାନେଜର ଓ ସଦରଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରକୁ ବିଦ୍ୟୁତ ବିଭାଗ ତରଫରୁ ମିଳିବାକୁ ଥିବା ୪ ଲକ୍ଷ ଟଙ୍କା କ୍ଷତିପୂରଣରୁ ବର୍ତ୍ତମାନ ଅଗ୍ରୀମ ୨୫ ହଜାର ଟଙ୍କା, ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking