29.1 C
Bhubaneswar
Friday, April 26, 2024
Homeଓଡିଶାସ୍ୱାମୀଙ୍କୁ ଚାକିରୀ ଲୋଭ ଦେଖାଇ ସ୍ତ୍ରୀ ସହ ଶାରିରୀକ ସଂପର୍କ

ସ୍ୱାମୀଙ୍କୁ ଚାକିରୀ ଲୋଭ ଦେଖାଇ ସ୍ତ୍ରୀ ସହ ଶାରିରୀକ ସଂପର୍କ

କଟକ : ସ୍ୱାମୀଙ୍କୁ କମ୍ପାନୀରେ ଚାକିରୀ କରାଇ ଦେବାର ଲୋଭ ଦେଖାଇ ସ୍ତୀ ସହ ନିୟମିତ ରଖୁଥିଲେ ଶାରିରୀକ ସଂପର୍କ । ଘଟଣା ଦିନେ ବା ଦୁଇ ଦିନର ନୁହେଁ । ଦୀର୍ଘ ୬ ବର୍ଷ ଧରି ମହିଳାଙ୍କ ସହ ଥିଲା ସଂପର୍କ । ପାରାଦ୍ୱୀପ, କଟକ ଠାରୁ ଆରମ୍ଭ କରି ଭୁବନେଶ୍ୱର, ଅନୁଗୁଳକୁ ଡକାଇ ରଖୁଥିଲେ ଶାରିରୀକ ସଂପର୍କ । ଅରାଜୀ ହେଲେ ସ୍ୱାମୀକୁ ଜୀବନରୁ ମାରିଦେବାକୁ ଦେଉଥିଲେ ଧମକ । ତେଣୁ ବାଧ୍ୟ ହୋଇ ସଂପୃକ୍ତ ମହିଳା ରଖୁଥିଲେ ସଂପର୍କ । ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକରେ ଥିବା ଆଡ୍ଡ ଆନେକସର ନାମକ ଡାଇଗ୍ନୋଷ୍‌ିକ ସେଣ୍ଟରକୁ ଡକାଇ ଗତ ୧୭ ତାରିଖରେ  ଜୋର ଜବର ଦସ୍ତ ଶାରିରୀକ ସଂପର୍କ ରଖିବାରୁ ଅନନ୍ୟୋପାୟ ହୋଇ ସଂପୃକ୍ତ ମହିଳା ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି ।

ଏଭଳି ଅଭିଯୋଗ ଆସିଛି ଆଡ୍ଡ ଆନେକସରର ମାଲିକ ତଥା ପାରାଦ୍ୱୀପର ବିଶିଷ୍ଟ  ବ୍ୟକ୍ତି ବସନ୍ତ ବଳଙ୍କ ବିରୋଧରେ । ବଳ ଏକ ଚର୍ଚ୍ଚିତ ଚେହେରା । ନେହେରୁ ଡାକ ବଙ୍ଗଳାର କିରାଣୀ ଚାକିରୀ ଆରମ୍ଭ କରି ସେଠାରୁ ନିଲମ୍ବିତ ହୋଇ ୧୯୮୬ରେ ଶିଳ୍ପପତି ମହିମା ନନ୍ଦ ମିଶ୍ରଙ୍କ ଓଡିଶା ଷ୍ଟିଭେଡର୍ସରେ ଛୋଟ ଚାକିରୀରୁ ମ୍ୟାନେଜର ପର୍ଯ୍ୟନ୍ତ ପଦୋନ୍ନତି ପାଇ ମାଲିକଙ୍କର ଆସ୍ଥା ଭାଜନ ହୋଇ ପାରିଥିଲେ । ଗତ ବର୍ଷ ସେଠାରୁ ଇସ୍ତଫା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏରସମା ଅଞ୍ଚଳର ଏହି ମହିଳାଙ୍କ ସ୍ୱାମୀଙ୍କୁ କମ୍ପାନୀରେ ଚାକିରୀ କରାଇ ଦେବାର ପ୍ରତିଶୃତି ଦେଇଥିଲେ । ସେହି ଲୋଭରେ ମହିଳାଙ୍କ ସହ ଆନ୍ତରିକତା ସୃଷ୍ଟି କରି ପରେ ଶାରିରୀକ ସଂପର୍କ ମଧ୍ୟ ରଖୁଥିଲେ । ଏପରିକି ବିଭିନ୍ନ ସ୍ଥାନକୁ ଡକାଇ ମଧ୍ୟ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ସଂପର୍କ ନରଖିଲେ ସ୍ୱାମୀଙ୍କୁ ମାରି ଦେବାକୁ ଧମକ ଦେଉଥିଲେ ବୋଲି ସଂପୃକ୍ତ ମହିଳା ଅଭିଯୋଗରେ ଦର୍ଶାଇଛନ୍ତି । ମହିଳାଙ୍କ  ଅଭିଯୋଗ ଆଧାରରେ ମାଲଗୋଦାମ ପୁଲିସ ସଂପୃକ୍ତ ମହିଳାଙ୍କୁ ସଙ୍ଗରେ ଧରି କଲେଜ ଛକ ସ୍ଥିତ ଆଡ୍ଡ ଆନେକସର ଓ ପାରାଦ୍ୱୀପ ସ୍ଥିତ କାର୍ଯ୍ୟାଳୟରେ ଚଢଉ କରି ମାମଲାର ସତ୍ୟାସତ୍ୟ ଅନୁସନ୍ଧାନ କରି ଆବଶ୍ୟକୀୟ ତଥ୍ୟ ପ୍ରମାଣ ସଂଗ୍ରହ କରୁଛି । ଶ୍ରୀ ବଳଙ୍କୁ ପାରାଦ୍ୱୀପରୁ ଉଠାଇ ଆଣି ମାଲଗୋଦାମ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି । ତେବେ ଶ୍ରୀ ବଳ ଓଡିଶା ଷ୍ଟିଭେଡର୍ସର ପରିଚାଳକ ଭାବେ କାର୍ଯ୍ୟ କରୁଥିବା ବେଳେ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡରେ ବିଦେଶରୁ ଗିରଫ ହୋଇ ଜେଲ ଯାଇଥିଲେ । ପରେ ଜାମିନରେ ଆସିବା ପରେ ମହିମା ମିଶ୍ରଙ୍କ ଆସ୍ଥା ହରାଇ ଥିଲେ । ଏହାପରେ କମ୍ପାନୀରୁ ଗତ ବର୍ଷ ଇସ୍ତଫା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking