28.1 C
Bhubaneswar
Saturday, April 27, 2024
Homeଓଡିଶାସନ୍ତୋଷ ମେଡିକାଲ ଏଜେନ୍ସି ଏବଂ ସରସ୍ୱତୀ ଫାର୍ମାସୁଟିକାଲସରୁ ନକଲି ଔଷଧ ଜବତ, କଟକରୁ ଲମ୍ବିଛି ଚେର

ସନ୍ତୋଷ ମେଡିକାଲ ଏଜେନ୍ସି ଏବଂ ସରସ୍ୱତୀ ଫାର୍ମାସୁଟିକାଲସରୁ ନକଲି ଔଷଧ ଜବତ, କଟକରୁ ଲମ୍ବିଛି ଚେର

ମୟୂରଭଞ୍ଜ- ବାରିପଦାରେ ନକଲି ଔଷଧ କାରବାର। କଟକରୁ ଲମ୍ବିଛି ଚେର ବୋଲି ଅନୁମାନ। ଏହି କାରବାର ପଛରେ କ୍ଷମତାସୀନ ସରକାରୀଦଳର ନେତାଙ୍କ ପରୋକ୍ଷ ସମ୍ପର୍କ ନାହିଁ ତୋ ବୋଲି ଚାପା ଗୁଞ୍ଜରଣ ହେଉଥିବା ବେଳେ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅଭିଯୋଗ ହେଉଛି।ଆଜି ବାରିପଦାର ଦୁଇଟି ପ୍ରମୁଖ ଔଷଧ ଷ୍ଟକିଷ୍ଟଙ୍କ ଠାରୁ ପ୍ରାୟ ୯୨ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ଦୁଇ ପ୍ରକାରର ନକଲି ଔଷଧ ଜବତ କରାଯାଇଛି। ସନ୍ତୋଷ ମେଡିକାଲ ଏଜେନ୍ସି ଏବଂ ସରସ୍ୱତୀ ଫାର୍ମାସୁଟିକାଲସରୁ ଏହି ନକଲି ଔଷଧ ଜବତ କରାଯାଇଛି। ଜବତ ହୋଇଥିବା ନକଲି ଔଷଧ ସ୍ନିଜି-୫୦୦ ଟାଵଲେଟ ଥଣ୍ଡା, ବଥା, ଫୁଲା ଆଦି ରୋଗ ପାଇଁ ବ୍ୟବହୃତ ହୋଇଥାଏ। ତେବେ ଏହି ସପ୍ଲାୟରଙ୍କ ପାଖରୁ କୋଉ କୋଉ ଔଷଧ ଦୋକାନକୁ ଯୋଗାଇ ଦିଆଯାଇଛି ସେହି ଦୋକାନ ଉପରେ ଚଢ଼ାଉ କରି ଜବତ କରିବା ସହ ନିରୀହ ଲୋକଙ୍କ ଜୀବନ ସୁରକ୍ଷିତ କରିବାକୁ ଦାବି ହେଉଛି। ତେବେ ଏହିସବୁ ଔଷଧ ନିକଟରେ କଟକରେ ଜବତ ହୋଇଥିବା ନକଲି ଔଷଧ। ଯାହାକି ବାରିପଦାକୁ ଯୋଗାଣ ହୋଇଥିଲା। ଏହି ସବୁ ଔଷଧର ଉତ୍ପାଦନ ସ୍ଥଳୀ ସମ୍ପର୍କରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା। ତେଣୁ ଏହା ନକଲି ଏବଂ ବେଆଇନ ବୋଲି ମୟୂରଭଞ୍ଜ ଡ୍ରଗ ଇନ୍ସପେକ୍ଟର ଡ଼. ଆର ଏନ ସାହୁଙ୍କ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଏନେଇ ଆସନ୍ତାକାଲି ଡ୍ରଗ୍ସ ଆକ୍ଟ ୧୭ ବି ସି ଆଧାରରେ ଏସଡିଜେଏମଙ୍କ କୋର୍ଟରେ ଏକ ମାମଲା ରୁଜୁ କରାଯିବା ନେଇ ସୂଚନା ଦେଇଛନ୍ତି ଡ୍ରଗ ଇନ୍ସପେକ୍ଟର ଶ୍ରୀ ସାହୁ। ତେବେ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏମିତି ନକଲି ଔଷଧ କାରବାର ବ୍ୟାପକ ହେଉଥିବା ଜଣାପଡିଛି। ମାତ୍ର ଡ୍ରଗ୍ସ ଅଧିକାରୀମାନେ କେବଳ ବାରିପଦାର କିଛି ସ୍ଥାନରେ ଚଢଉ କରି ଦାୟିତ୍ୱ ସାରିଦେଉଥିବା ଅଭିଯୋଗ ହୋଇଛି। ଏପରିକି ଆଜି ଜବତ ହୋଇଥିବା ଦୁଇ ଷ୍ଟକୀଷ୍ଟଙ୍କ ଠାରୁ ଗ୍ରାମାଞ୍ଚଳରେ ଔଷଧ ଦୋକାନ କରିଥିବା ବ୍ୟବସାୟୀ ନେଇଛନ୍ତି କି ନାହିଁ ସେନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଥିବା ଦାବି ହୋଇଛି। କରୋନା ମହାମାରୀ ସମୟରେ ଥଣ୍ଡା ଜ୍ୱର ଔଷଧର ଚାହିଦା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଅଧିକ ମୁନାଫା ଲୋଭରେ କିଛି ବ୍ୟବସାୟୀ କମ ମୂଲ୍ୟରେ ଏପରି ନକଲି ଔଷଧ ଆଣି ପୁରା ଜିଲାରେ ବେପାର ବାରିପଦାରେ ନକଲି ଔଷଧ କାରବାର

ସନ୍ତୋଷ ମେଡିକାଲ ଏଜେନ୍ସି ଏବଂ ସରସ୍ୱତୀ ଫାର୍ମାସୁଟିକାଲସରୁ ଜବତ ହେଲା ପ୍ରାୟ ଏକ ଲକ୍ଷ ଟଙ୍କାର ନକଲି ଔଷଧ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking