25.1 C
Bhubaneswar
Thursday, May 9, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଋଷ ସରକାରୀ ବିଜ୍ଞାପନ ଉପରେ ରୋକ୍ ଲଗାଇଲା ଫେସବୁକ୍

ଋଷ ସରକାରୀ ବିଜ୍ଞାପନ ଉପରେ ରୋକ୍ ଲଗାଇଲା ଫେସବୁକ୍

ନୂଆଦିଲ୍ଲୀ : ଗତ ତିନିଦିନ ଧରି ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଋଷ ଉପରେ ସେନା ଅପରେସନ ନିର୍ଦ୍ଦେଶ ଦେବା ପରେ ଋଷ ସେନା ଜୋରଦାର ଆକ୍ରମଣ କରି ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ନିଜ ଅତ୍ତିଆରକୁ ନେବାରେ ଲାଗିଛି । ଅନ୍ୟପଟେ ଋଷ ସେନା ୟୁକ୍ରେନ ରାଜଧାନୀ କିଭ୍ ପର୍ୟ୍ୟନ୍ତ ମଧ୍ୟ ପହଞ୍ଚି ସାରିଲାଣି । ଋଷ ସରକାରୀ ଗଣମାଧ୍ୟମର ବିଜ୍ଞାପନ ଉପରେ ନିଷେଧାଦେଶ ଲଗାଇଛି ଫେସ୍‌ବୁକ। ଫେସ୍‌ବୁକ ନେଟୱାର୍କ ସୁରକ୍ଷା ନୀତିର ମୁଖ୍ୟ ନାଥାନିଏଲ୍‌ ଗ୍ଲିଚର୍‌ ଆଜି କହିଛନ୍ତି ଯେ ଆମେ ବର୍ତ୍ତମାନ ଋଷର ସରକାରୀ ଗଣମାଧ୍ୟମକୁ ବିଶ୍ୱର ଯେ କୌଣସି ସ୍ଥାନରେ ବିଜ୍ଞାପନ ଚଳାଇବା କିମ୍ବା ଆମ ପ୍ଲାଟଫର୍ମରେ ମୁଦ୍ରାକରଣ କରିବାକୁ ବାରଣ କରୁଛୁ ବୋଲି ଫେସବୁକ୍ ତରଫରୁ କୁହାଯାଇଛି । ଫେସବୁକର ସୁରକ୍ଷା ନୀତି କହିଛି ଯେ ୟୁକ୍ରେନର ପରିସ୍ଥିତି ଉପରେ ନଜର ରଖିଛି ଏବଂ ସେମାନଙ୍କ ପ୍ଲାଟଫର୍ମରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସେମାନେ ନେଉଥିବା ପଦକ୍ଷେପ ପୋଷ୍ଟିଂ ଜରିଆରେ ଜଣାଇବା ଜାରି ରଖିବେ ବୋଲି ଗ୍ଲିଚର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking