26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶପୁଣି ଡାଉନ ହେଲା ଫେସବୁକ, ଇନ୍‌ଷ୍ଟାଗ୍ରାମ୍‌

ପୁଣି ଡାଉନ ହେଲା ଫେସବୁକ, ଇନ୍‌ଷ୍ଟାଗ୍ରାମ୍‌

ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଦ୍ୱିତୀୟ ବାର ସେବା ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବା ହେତୁ ଗତରାତିରେ ‘ଫେସ୍‌ବୁକ୍‌’ ଓ ‘ଇନ୍‌ଷ୍ଟାଗ୍ରାମ୍‌’ କ୍ଷମାଯାଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ଫେସ୍‌ବୁକ ଓ ଇନଷ୍ଟାଗ୍ରାମ ଶୁକ୍ରବାର ରାତିରେ ପୁଣି ଡାଉନ ହୋଇଛି। ସପ୍ତାହକ ମଧ୍ୟରେ ଏହା ହେଉଛି ୨ୟ ଘଟଣା। ସୂଚନାଯୋଗ୍ୟ ଗତ ୪ ତାରିଖରେ ଫେସ୍‌ବୁକ, ହ୍ବାଟସ୍‌ଆପ, ଇନ୍‌ଷ୍ଟାଗ୍ରାମ୍‌ ପ୍ରାୟ ୬ ଘଣ୍ଟା ପାଇଁ ଡାଉନ୍‌ ହୋଇଥିଲା। ଫଳରେ ଏହାର ୟୁଜର୍ସ ବହୁତ ହଇରାଣର ସାମ୍ନା କରିଥିଲେ। ସୋସିଆଲ ମିଡିଆ ଫେସ୍‌ବୁକ, ହ୍ବାଟସ୍‌ଆପ ଓ ଇନଷ୍ଟାଗ୍ରାମର ୟୁଜର୍ସ କାହାରିକୁ ମେସେଜ କିମ୍ବା ଫଟୋ ପଠାଇ ପାରି ନଥିଲେ।

ରାତି ୧୨:୫୨ରେ ‘ଫେସ୍‌ବୁକ୍‌’ ଟୁଇଟ୍‌ କରି କହିଥିଲା, କେତେକ ବ୍ୟକ୍ତି ଆମର ‘ଆପ୍‌’ ଏବଂ ‘ପ୍ରଡକ୍ଟ୍‌’ଗୁଡ଼ିକୁ ‘ଆକ୍‌ସେସ୍‌’ କରିବାରେ ଅସୁବିଧାରେ ସମ୍ମୁଖୀନ ହୋଇଥିବା କଥା ଜାଣିବାକୁ ପାଇଛୁ। ଯେତେ ଶୀଘ୍ର ସମ୍ଭବ ସେବା ଯୋଗାଣ ସ୍ୱାଭାବିକ କରିବା ଲାଗି ଆମେ କାମ ଚଳାଇଛୁ। ଅସୁବିଧା ପାଇଁ ଆମେ କ୍ଷମାପ୍ରାର୍ଥୀ। ପ୍ରାୟ ଦୁଇ ଘଣ୍ଟା ପରେ ସେବା ଯୋଗାଣ ସ୍ୱାଭାବିକ ହେବା ପରେ ‘ଫେସ୍‌ବୁକ୍‌’ କହିଲା, ଗତ ଦୁଇ ଘଣ୍ଟା ହେବ ଆପଣମାନେ ଆମ ‘ପ୍ରଡକ୍ଟ୍‌’ ‘ଆକ୍ସେସ୍‌’ କରି ନ ପାରି ଥିବାରୁ ଆମେ ଦୁଃଖିତ। ପରସ୍ପର ସହ ଯୋଗାଯୋଗ କରିବାକୁ ଆପଣମାନେ ଆମ ଉପରେ କେତେ ନିର୍ଭରଶୀଳ ତାହା ଆମେ ଜାଣୁ। ଆମ୍ଭେ ସେ ଅସୁବିଧା ସଜାଡ଼ି ଦେଇଛୁ। ଏ ସପ୍ତାହରେ ଧୈର୍ଯ୍ୟ ଧରି ଥିବାରୁ ଆପଣମାନଙ୍କୁ ଧନ୍ୟବାଦ। କେତେକ ବ୍ୟବହାରକାରୀ ସେମାନଙ୍କ ‘ଫଟୋ ଓ ଭିଡିଓ ସେୟାରିଙ୍ଗ୍‌ ସୋସିଆଲ୍‌ ନେଟ୍‌ଓ୍ଵାର୍କିଙ୍ଗ୍‌ ସର୍ଭିସ୍‌’ରେ ଅସୁବିଧାରେ ସମ୍ମୁଖୀନ ହୋଇଥିବା କଥା ରାତି ପ୍ରାୟ ୧ଟା ବେଳେ ‘ଇନ୍‌ଷ୍ଟାଗ୍ରାମ୍‌’ ମଧ୍ୟ ସୁନିଶ୍ଚିତ କରିଥିଲା। ସେଥିରେ ହୋଇଥିବା ଅସୁବିଧା ସୁଧାରି ଦିଆଯାଇଛି ବୋଲି ରାତି ପ୍ରାୟ ୨.୩୦ରେ ‘ଇନ୍‌ଷ୍ଟାଗ୍ରାମ୍‌’ ସୂଚନା ଦେଇଥିଲା। ଟୁଇଟ୍‌ କରି ଇନ୍‌ଷ୍ଟାଗ୍ରାମ୍‌ ଲେଖିଥିଲା, ଏବେ ସବୁ ସ୍ୱାଭାବିକ ହୋଇଯାଇଥିବ। ଆମ ଯୋଗଁ ଅସୁବିଧା ସହ୍ୟ କରିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking