29.1 C
Bhubaneswar
Saturday, April 27, 2024
Homeଓଡିଶାଲକ୍ ଡାଉନ୍ ଉଠିବାର ୭ଦିନ ଭିତରେ ହେବ +୨ ପରୀକ୍ଷା

ଲକ୍ ଡାଉନ୍ ଉଠିବାର ୭ଦିନ ଭିତରେ ହେବ +୨ ପରୀକ୍ଷା

ଭୁବନେଶ୍ୱର : କରୋନା ସଂକଟ ଭିତରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ଲକ୍ ଡାଉନ୍ ଉଠିବାର ୭ ଦିନ ଭିତରେ ହିଁ ହେବ ଯୁକ୍ତ ଦୁଇ ପରୀକ୍ଷା। କୌଣସି ପରିସ୍ଥିତିରେ ବି ପରୀକ୍ଷା ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ, କରୋନା ମୁକାବିଲା ନେଇ ରାଜ୍ୟରେ ତାଲାବନ୍ଦ କଟକଣା ଜାରି ହେବା ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ତେବେ ଲାତାବନ୍ଦ ଉଠିବା ପରେ ପରେ ହିଁ ପରୀକ୍ଷା କରାଯିବ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ପୂରା ପ୍ରସ୍ତୁତି ସରିଛି। ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଏକ ସପ୍ତାହ ଆଗରୁ ସୂଚନା ଦିଆଯିବ। ତେଣୁ ଛାତ୍ରାଛାତ୍ରୀ କିମ୍ବା ଅଭିଭାବକ ଏଥିରେ ବିଚଳିତ ହେବା ଆବଶ୍ୟକ ନୁହେଁ। ଯଦି ପରୀକ୍ଷା ବିଳମ୍ବ ହୁଏ ତେବେ ପିଲାମାନେ ଠିକରେ କଲେଜରେ ନାମ ଲେଖାଇପାରିବେ ନାହିଁ। ଏନେଇ ଗତକାଲି କେନ୍ଦ୍ର ମନ୍ତ୍ରୀ ମଧ୍ୟ ଲକ୍ ଡାଉନ୍ ପରେ ସିବିଏସଇର ପରୀକ୍ଷା ହେବା ନେଇ ସୂଚନା ଦେବା ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଗତ ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ତାରିଖ ପର‌୍ୟ୍ୟନ୍ତ ହେବାର ଥିଲା। ମାତ୍ର ପରୀକ୍ଷା ଶେଷ ହେବାକୁ ୫ଦିନ ବାକି ଥିବାବେଳେ ଲକ୍ ଡାଉନ୍ ଜାରି କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking