27.8 C
Bhubaneswar
Friday, April 19, 2024
Homeଓଡିଶାତିଲେଇବଣୀ ବ୍ଲକର ୭ ଗ୍ରାମକୁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା

ତିଲେଇବଣୀ ବ୍ଲକର ୭ ଗ୍ରାମକୁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା

ଦେବଗଡ : ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଜନ ସାଧାରଣ ଆତଙ୍କିତ ଥିବା ବେଳେ ଦେବଗଡ ଜିଲ୍ଲାରେ ଗତକାଲି ପ୍ରଥମ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମଣ ଚିହ୍ନଟ ବ୍ୟକ୍ତି ଜଣକ ତିଲେଇବଣୀ ବ୍ଲକ କଲଣ୍ଡା ପଚାଂୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ବୋଲି ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ବିଶେଷଜ୍ଞ ଦଳ ଗ୍ରାମକୁ ପହଚିଂ ସଂକ୍ରମିତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଦେବଗଡ କୋଭିଡ ହସପିଟାଲକୁ ଆଣି ଭର୍ତ୍ତି କରିବା ପରେ ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମର ରାସ୍ତା ସିଲ କରିବା ସହ ତିଲେଇବଣୀ ବ୍ଲକ କଲଣ୍ଡା ପଂଚାୟତର ବାସୁଦେବପୁର ଗ୍ରାମ ସମେତ ଝାଟିକିପଶି,ଖୁଣ୍ଟାପଶି, ସାମନ୍ତରାପାଲି, ନୂଆଗାଁ, କମଳାବଗିଚା ଓ ବଣିଆକିଲିଣ୍ଡା ପଂଚାୟତର ସୁନାମୁଣ୍ଡା ଗ୍ରାମକୁ କଂଟେନ୍‌ମେଂଟ ଅଂଚଳ ଭାବେ ଘୋଷଣା କରି ଉପରୋକ୍ତ ଗ୍ରାମ ଗୁଡିକରେ ଯିବା ଆସିବା ସଂପୂର୍ଣ୍ଣ ରୋକ ଲଗା ଯାଇଥିବା ବେଳେ ଉପରୋକ୍ତ ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking