26.1 C
Bhubaneswar
Thursday, May 9, 2024
Homeଓଡିଶାଚୌଦ୍ୱାରରେ ହାତୀଙ୍କ ଉପଦ୍ରବ

ଚୌଦ୍ୱାରରେ ହାତୀଙ୍କ ଉପଦ୍ରବ

ଚୌଦ୍ୱାର: ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜଙ୍ଗଲରୁ ସହର ଅଭିମୁଖେ ଚାଲିଆସୁଛନ୍ତି । ହାତୀପଲ ଫସଲ ଖାଇବା ସହ ଏକର ଏକର ଚାଷ ଜମି ମଧ୍ୟ ନଷ୍ଟ କରୁଛନ୍ତି । ଏହାସହ ଗ୍ରାମବାସୀ ମାନଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି । ସେ ନେଇ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ତେବେ ଚୌଦ୍ୱାର ମୁହାଁଇଛନ୍ତି ହାତୀପଲ । ଏହି ପଲରେ ୧୪ଟି ହାତୀ ଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବାକୁ ବାଣ ଓ ନିଆଁହୁଳା ସାହାଯ୍ୟରେ ଉଦ୍ୟମ ଚାଲୁ ରହିଥିଲେ ବି ହାତୀ କାଜୁ ଜଙ୍ଗଲ ଭିତରେ ଲୁଚି ରହିଛନ୍ତି ।
ଚୌଦ୍ୱାର ବାଣୀପଦା ବନ୍ଦାଳ ଗାଁ ଅଭିମୁଖେ ୨ଟି ହାତୀ ଯାଇଥିବାବେଳେ ଏବେବି ୧୨ଟି ହାତୀ ଜଙ୍ଗଲରେ ଲୁଚି ରହିଛନ୍ତି । ସମସ୍ତ ହାତୀ ଚନ୍ଦକା ଜଙ୍ଗଲରୁ ଆସିଥିବା ବନବିଭାଗ ଅଧିକାରୀ କହୁଛନ୍ତି । ଆସନ୍ତାକାଲି ସୁଦ୍ଧା ହାତୀପଲକୁ ଆଠଗଡ଼ ଜଙ୍ଗଲ ଆଡକୁ ଘଉଡାଇ ଦିଆଯିବ ବୋଲି ଫରେଷ୍ଟର ସୂଚନା ଦେଇଛନ୍ତି ।
https://onakhabar.com/2019/12/19/barabati-ticket-sell/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking