29.1 C
Bhubaneswar
Saturday, April 27, 2024
Homeଓଡିଶାଦାବି ପୁରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରାହିବ

ଦାବି ପୁରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରାହିବ

ବଲାଙ୍ଗିର,(ଦେବାଶିଷ ମିଶ୍ର) – ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚର ପୁନଃ ସ୍ଥାପନା , ୧୫ ମାସ ହେଲା ବନ୍ଦ ହୋଇ ରହିଥିବା ଲୋୟର ସୁକତେଲ ପ୍ରକଳ୍ପ କାମ ପୁନଃ ଆରମ୍ଭ କରିବା ଓ ବାଏପାସ କାମ ତ୍ୱରାନ୍ୱିତ କରିବା ପାଇଁ ଦାବି ନେଇ ବିଭିନ୍ନ ସଙ୍ଗଠନ ସହାୟତାରେ ବଲାଙ୍ଗୀର ଆକ୍ସନ କମିଟି ତରଫରୁ ଦୁଇ ଦିନିଆ ବଲାଙ୍ଗୀର ଡାକରା ଦିଆଯାଇଥିଲା । ପ୍ରଥମ ଦିନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଦ୍ୱିତୀୟ ଦିନ ମଧ୍ୟ ସମସ୍ତ କାର୍ଯ୍ୟାଳୟରେ ବନ୍ଦ ରହିଛି । ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ମଧ୍ୟ ଆକ୍ସନ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହିତ ପ୍ରତିବାଦ ସଭା କରାଯାଇଥିଲା । ତେବେ ଇତି ମଧ୍ୟରେ କେନ୍ଦ୍ର ସରକାର ବାଏପାସ ରାସ୍ତା ନିର୍ମାଣ ପାଇଁ ଆବଷ୍ୟକ ଅର୍ଥ ମଞ୍ଜୁର କରି ସାରିଥିବାରୁ ସଭାରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ତେବେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ଓଡିଶା ସରାକର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସଭାରେ ତୀବ୍ର ସମାଲୋଚନା କରାଯାଇଥିଲା । ସେହିପରି ବଲାଙ୍ଗୀର ର ଅନ୍ୟତମ ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ନିର୍ମାଣ କାମ ଦୀର୍ଘ ୧୫ ମାସ ହେଲା ବନ୍ଦ ହୋଇଥିଲେ ମଧ୍ୟ ସରକାର ପୁନଃ ଆରମ୍ଭ କରିବା ପାଇଁ କୌଣସି ପ୍ରକାର ଉଦ୍ୟମ କରୁନାହାନ୍ତି । ରାଜ୍ୟ ସରକାର ବଲାଙ୍ଗୀର ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ଆଜିର ଆନ୍ଦୋଳନରେ ପୂର୍ବତନ ପାଟଣାଗଡ ବିଧାୟକ ତଥା ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇଥିଲେ । ଦୀର୍ଘଦିନ ହୋଇ ପଡି ରହିଥିବା ବାଏପାସ ରାସ୍ତା ପାଇଁ କେନ୍ଦ୍ର ସରକାର ଆର୍ଥିକ ମଞ୍ଜୁରୀ ପ୍ରଦାନ କରିଥିବାରୁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେ ଜାତୀୟ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ । ଏହା ସହିତ ବଲାଙ୍ଗୀର ର ଯୁକ୍ତିଯୁକ୍ତ ଦାବି ପାଇଁ ଚାଲିଥିବା ଆନ୍ଦୋଳନକୁ ଆମେ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛୁ ବୋଲି ଶ୍ରୀ ସିଂଦେଓ କହିଥିଲେ । ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆକ୍ସନ କମିଟି ତରଫରୁ ସୂଚନା ଦିଆଯାଇଛି । ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର , ଆକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀ , ଭବାନୀ ଶତପଥି , ରତନ ମହାରଣା , ବ୍ରଜ କିଶୋର ସିଂଭୋଇ , ବିକ୍ରମାନନ୍ଦ ବହିଦାର , ପ୍ରମୋଦ କୁମାର ତ୍ରିପାଠୀ , ଅମନ ନାଗ , ଅଜୟ ବାଲି , ନୀଳମଣି ମିଶ୍ର , ପ୍ରଭାକର ମିଶ୍ର ଓ ରିଲୁ ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking