41.1 C
Bhubaneswar
Sunday, April 28, 2024
Homeଓଡିଶାତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ

ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ

ତେଲକୋଇ : ତେଲକୋଇ ରେଞ୍ଜ ଅଧିନ ବିମଳା ଫରେଷ୍ଟ ବିଟରେ ଥମୁନି ହାତୀପଲଙ୍କ ଉବଦ୍ରବ । ଗତକାଲି ବିଳମ୍ବିତ ରାତିରେ କୃଷ୍ଣପୁର ଗାଁରେ ପଶି ପ୍ରଥମେ ରୁଗୁଡିସାହିରେ କଷ୍ଟୁ ନାୟକଙ୍କ ଘର ଭାଙ୍ଗି ଥିଲେ । ଘର ଭାଙ୍ଗିବା ସମୟରେ କଷ୍ଟୁ ନାୟକଙ୍କ ପରିବାରର ଛଅ ଜଣ ସଦସ୍ୟ ଘରର ଗୋଟିଏ ରୁମରେ ଶୋଇଥିଲେ । ଘରର କାନ୍ଥ ପଡି କଷ୍ଟୁ ନାୟକଙ୍କ ୫ ବର୍ଷର ଶିଶୁ ପୁତ୍ରର ବାଁ ଗୋଡ ଫ୍ୟାକଚର ହୋଇଥିବା ବେଳେ ଅନ୍ୟ ସମସ୍ତେ ଅଳ୍ପକେ ବର୍ତିଯାଇଥିଲେ। ହାତୀପଲ ସେଠାରୁ ଯାଇ ବୈଦନାଳୀ ସାହିରେ ଗୋବିନ୍ଦ ନାୟକଙ୍କ ଘର ଭାଙ୍ଗିଥିଲେ । ଘରେ ଥିବା ୪ ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳକୁ ଖାଇଯାଇଥିଲେ । ଘରେ ଶୋଇଥିବା ଗୋବିନ୍ଦଙ୍କ ପୁଅ ମଧ୍ୟ ହାତୀଙ୍କ କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking