27.1 C
Bhubaneswar
Thursday, April 25, 2024
Homeଓଡିଶାବିଭିନ୍ନ ଦିଗକୁ ଦେଖି କଟକଣା କୋହଳ ନିଷ୍ପତ୍ତି

ବିଭିନ୍ନ ଦିଗକୁ ଦେଖି କଟକଣା କୋହଳ ନିଷ୍ପତ୍ତି

ଭୁବନେଶ୍ୱର : କରୋନା ସ୍ଥିତିକୁ ନେଇ ଡିଏମ୍‌ଇଟି ସିବିକେ ମହାନ୍ତିଙ୍କ ପକ୍ଷରୁ ମିଳିଛି ସୂଚନା । ଟ୍ରେଣ୍ଡକୁ ଦେଖି କେଉଁ ଜିଲ୍ଲାରେ ଲକ୍‌ଡାଉନ୍ ଉଠିବ ନିଷ୍ପତ୍ତି ନିଆଯିବ । ୫ପ୍ରତିଶତ ଥିବା ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । ଲୋକଙ୍କ ବ୍ରବହାର, ଟିପିଆର୍‌, କେତେ ସଂକ୍ରମିତ ହେଉଛନ୍ତି ସେସବୁ ଦେଖାଯିବ । ଏସବୁକୁ ନଜରରେ ରତ୍କ କଟକଣା କୋହଳ ହେବ କି ନାହିଁ ନିଷ୍ପତ୍ତି ନିଆଯିବ । ଦେବଗଡ଼ରେ ଡେଲ୍‌ଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇ ସେ ମଧ୍ୟ ସୁସ୍ଥ ହୋଇ ସାରିଛନ୍ତି । ସଂପୃକ୍ତ ବ୍ୟକ୍ତି ଏପ୍ରିଲ୍‌ରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଡେଲ୍‌ଟା ପ୍ଲସ୍ କି ନାହିଁ ତଦନ୍ତ ଚାଲିଛି । ଦେବଗଡ଼ରେ ଟିପିଆର୍ କମ୍ ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିଛି । ତେଣୁ ସଂପୃକ୍ତ ବ୍ୟକ୍ତି କାହାରିକୁ ସଂକ୍ରମିତ କରିଥିବେ କହିହେବ ନାହିଁ ।

ଅନ୍ୟପକ୍ଷରେ, ରାଜ୍ୟରେ ଆଜି ପୁଣି ୩୩୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୮୯୬ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯ରେ ପହଞ୍ଚିଛି। ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୬୭ ହଜାର ୪୦୨ ରହିଥିବା ବେଳେ ୩୨ ହଜାର ୪୦୪ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୬ଜଣ, ବାଲେଶ୍ୱରରୁ ୩୯୭ଜଣ, ବରଗଡ଼ରୁ ୪୭ଜଣ, ଭଦ୍ରକରୁ ୧୬୩ଜଣ, ବଲାଙ୍ଗୀରରୁ ୧୦ଜଣ, ବୌଦ୍ଧରୁ ୧୬ଜଣ, କଟକରୁ ୫୬୬ଜଣ, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬୯ଜଣ, ଗଜପତିରୁ ୧୨, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୩୦ଜଣ, ଯାଜପୁରରୁ ୧୯୪ଜଣ, ଝାରସୁଗୁଡ଼ାରୁ ୧୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡିରୁ ୩୧ଜଣ, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୧୩୪, କେନ୍ଦୁଝରରୁ ୬୫, ଖୋର୍ଦ୍ଧାରୁ ୪୪୦ଜଣ, କୋରାପୁଟରୁ ୫୯ଜଣ, ମାଲକାନଗିରିରୁ ୭୧, ମୟୁରଭଞ୍ଜରୁ ୧୯୯ଜଣ, ନବରଙ୍ଗପୁରରୁ ୩୯ଜଣ, ନୟାଗଡ଼ରୁ ୧୧୧ଜଣ, ନୂଆପଡ଼ାରୁ ୪ଜଣ, ପୁରୀରୁ ୧୭୫ଜଣ, ରାୟଗଡ଼ାରୁ ୪୩, ସମ୍ବଲପୁରରୁ ୨୯ଜଣ, ସୋନପୁରରୁ ୧୭ଜଣ, ସୁନ୍ଦରଗଡ଼ରୁ ୩୬ଜଣ ଓ ଷ୍ଟେଟ ପୁଲ୍ରୁ ୯୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking