39.1 C
Bhubaneswar
Friday, April 26, 2024
Homeଓଡିଶାହାତୀର ମୃତ ଦେହ ଉଦ୍ଧାର

ହାତୀର ମୃତ ଦେହ ଉଦ୍ଧାର

ଦେବଗଡ : ଦେବଗଡ ବନ ଖଣ୍ଡ ରିଆମାଳ ରେ ପଲସମାନ ସେକ୍ସନ ଅନ୍ତର୍ଗତ ବର୍ଡାନାଲି ଗ୍ରାମରେ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ବର୍ଡାନାଳୀ ଗ୍ରାମର ବାବୁଲି ଗଡନାୟକ ଜଣେ ବ୍ୟକ୍ତିଙ୍କ ବାଡି ପଛପଟେ ଏକ ଛୋଟହାତୀର ମୃତଦେହ ପଡିଥିବା ଦେଖି ଶ୍ରୀ ଗଡନାୟକ ଗ୍ରାମବାସୀଙ୍କ ସହ ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଚିଂ ହାତୀର ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
କୈାଣସି ଦନ୍ତା ସହ ସଘଂର୍ଷ ଘଟି ଛୋଟ ହାତୀର ମୃତ୍ୟୁ ହୋଇଥିବା ବନ କର୍ମଚାରୀମାନେ ଅନୁମାନ କରୁଥିଲେ ମଧ୍ୟ ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖଲେ ସେଭଳି କିଛି ସଘଂର୍ଷ ଘଟିଥିବା ଭଳି ଜଣାପଡୁନାହିଁ । ସୂଚନା ପାଇ ଦେବଗଡ ବନଖଣ୍ଡ ଅଧିକାରିଣୀ କ୍ଷମା ଷଢଙ୍ଗୀ ଘଟଣା ସ୍ଥଳରେ ପହଚିଂ ନିଜେ ଘଟଣା ଅନୁଧ୍ୟାନ କରୁଥିବା ବେଳେ ହାତୀର ମୃତ ଦେହ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପ୍ରକାଶ କରିଛନ୍ତି । ତେବେ ମୃତ ହାତୀର ବୟସ ୨ରୁ ୩ ବର୍ଷ ମଧ୍ୟରେ ଥିବା ବେଳେ ତାର ଗୋଟିଏ ଦାନ୍ତ ରହିଥିବା ଓ ଅନ୍ୟଟି ଭାଙ୍ଗିଥିବା ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking