38.1 C
Bhubaneswar
Friday, April 26, 2024
Homeଓଡିଶାପ୍ଲାଟିନିୟମ ଜୁବୁଲି: ମିଳି ନାହିଁ ନିମନ୍ତ୍ରଣ, ଯୋଗ ଦେବେ ନାହିଁ ନରସିଂହ ତଥାପି ସମସ୍ତଙ୍କୁ ସହଯୋଗ...

ପ୍ଲାଟିନିୟମ ଜୁବୁଲି: ମିଳି ନାହିଁ ନିମନ୍ତ୍ରଣ, ଯୋଗ ଦେବେ ନାହିଁ ନରସିଂହ ତଥାପି ସମସ୍ତଙ୍କୁ ସହଯୋଗ କରିବା ପାଇଁ ଦେଲେ ଆହ୍ୱାନ

ବଲାଙ୍ଗୀର, (ଦେବାଶିଷ ମିଶ୍ର) -ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ଲାଟିନିୟ ଜୁବୁଲି ଉତ୍ସବରେ ଯେହେତୁ ମତେ ବର୍ତ୍ତମାନ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯାଇ ନାହିଁ ତେଣୁ ରାଜେନ୍ଦ୍ର କଲେଜ ପ୍ଲାଟିନିୟମ ଜୁବୁଲି ଉତ୍ସବରେ ଯୋଗ ଦେଉ ନାହିଁ ବୋଲି ଆଜି ଅପରାହ୍ନ ଘ.୪୩୦ମି. ସମୟରେ ସ୍ଥାନୀୟ ହେଟେଲ କ୍ଲାସିକ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସମ୍ବାଦିକମାନଙ୍କ ଜରିଆରେ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି ।
ବଲାଙ୍ଗିରରେ ଆସନ୍ତା କାଲି ଦୁଇ ଦୁଇଟି ବଡ କାର୍ଯ୍ୟକ୍ରମ ରହିଛି । ଗୋଟିଏ ବରକାନିରେ ବିପିସିଏଲ୍ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଓ ଅନ୍ୟଟି ରାଜେନ୍ଦ୍ର ମହା ବିଦ୍ୟାଳୟର ପ୍ଲାଟିନିୟମ ଜୁବୁଲି । ଉଭୟ କାର୍ଯ୍ୟକ୍ରମରେ ମାନ୍ୟବର ମହାମହିମ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ ଦେବେ । ବଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ରମ ପାଇଁ ବିଧିବଦ୍ଧ ଭାବେ ମତେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି ଏପରି କି ୨୭ ତାରିଖ ସକାଳେ ବି.ପି.ସି.ଏଲ୍ କଂପାନୀର ପ୍ରଟୋକଲ ଅଫିସର ନିଜେ ଆସି ଉତ୍ସବ ସ୍ଥଳକୁ ନିମନ୍ତ୍ରଣ କରି ନେଇଯିବା ସେମାନେ ବ୍ୟବସ୍ଥା କରିଛନ୍ତି । ମୁଁ ବଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ରମରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଯୋଗ ଦେବି ବୋଲି ସ୍ପଷ୍ଟ କରିଛନ୍ତି । କିନ୍ତୁ ସେ ଆହୁରି ମଧ୍ୟ କହିଛନ୍ତି ଏହି କିଛି ଦିନ ଭିତରେ ବଲାଙ୍ଗିରକୁ ଅନେକ ଗନ୍ୟମାନ୍ୟ ବ୍ୟକ୍ତିଙ୍କ ପଦାର୍ପଣ ହେଉଛି । ସ୍ୱାଭାବିକ ଭାବେ ବଲାଙ୍ଗିରରେ ଏଥିପାଇଁ କିଛି ବିକାଶମୂଳକ କାମ ଚାଲିଛି ମୁଁ ଏହାକୁ ସ୍ୱାଗତ କରେ । ବଟଲିଂ ପ୍ଲାଣ୍ଟ ହେବା ଦ୍ୱାରା ମଧ୍ୟ ଏ ଅଂଚଳର କିଛି ବିକାଶ ନିଶ୍ଚୟ ହେବ ବୋଲି ଆଶା କରାଯାଏ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଁ ସୂଚେଇ ଦେବାକୁ ଚାହେଁ ଯେ ଯଦିଓ ପ୍ଲାଟିନିୟମ ଜୁବୁଲି କମିଟିର ସଂପାଦକ ଅରବିନ୍ଦ ଦାସ କିଛି ଦିନ ପୂର୍ବରୁ ଫୋନ କରି ମୋର ଅତିଥି ହେବାକୁ କଥା ହେଇଥିଲେ ଓ ପରବର୍ତ୍ତି ସମୟରେ ସେମାନେ ପ୍ରଥମ ଦିନର ଉଦ୍‌ଘାଟନି ଉତ୍ସବରେ ମୋର ନାଁ କୁ ତାଙ୍କର ନିମନ୍ତ୍ରଣ ପତ୍ରରେ ସମ୍ମାନିତ ଅତିଥି ଭାବେ ମୁଦ୍ରଣ କରିଥିଲେ ଏବଂ ବିଭିନ୍ନ ଖବରକାଗଜମାନଙ୍କରେ ମଧ୍ୟ ପ୍ରକାଶ କରିଥିଲେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଟୋକଲ ଅନୁଯାୟୀ ପ୍ଲାଟିନିୟମ ଜୁବୁଲି କମିଟି ତରଫରୁ ମତେ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯାଇ ନାହିଁ । ଏପରି କି ମୁଁ ବିଭିନ୍ନ ସୁତ୍ରରୁ ଶୁଣିବାକୁ ପାଉଛି ଯେ ମହାମହିମ ଉପ-ରାଷ୍ଟ୍ରପତି ଯୋଗ ଦେଉଥିବା ଉଦ୍‌ଘାଟନି ଦିବସର ମଞ୍ଚରେ ମୋ ପାଇଁ ବସିବାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଁ ଆପଣଙ୍କ ମାଧ୍ୟମରେ ସେହି ଉତ୍ସବରେ ଯୋଗ ଦେଉ ନଥିବାର ନିଷ୍ପତ୍ତିକୁ ଜଣାଇଦେଉଛି । ଏପରି କି ଏହାକୁ ନେଇ ମୋର ନିର୍ବାଚନ ମଣ୍ଡଳିର ଅନେକ ଲୋକ ମୋ ସହିତ ଫୋନରେ କଥାବାର୍ତ୍ତା କରି ଏହା କେବଳ ମୋର ନୁହେଁ ଏହି ନିର୍ବାଚନ ମଣ୍ଡଳିର ସମସ୍ତ ଭୋଟଦାତା ଏବଂ ସମଗ୍ର ବଲାଙ୍ଗିରବାସୀଙ୍କ ପ୍ରତି ଅପମାନ ବୋଲି କହିଥିଲେ । ଆଉ କିଛି ବଲାଙ୍ଗିରବାସୀ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଥିବାର ମଧ୍ୟ ମୋ କାନକୁ ଆସିଥିଲା ତେଣୁ ଆଜିର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବଲାଙ୍ଗିରର ସମସ୍ତ ଜନସାଧାରଣଙ୍କୁ ସବିନୟ ଅନୁରୋଧ କରୁଛି ଯେ ମତେ ନିମନ୍ତ୍ରଣ ନ କରିବା କୁ ଏକ ଅପମାନ ଭାବେ ଭାବନ୍ତୁ ନାହିଁ । ବଲାଙ୍ଗିର ପାଇଁ ତଥା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ ଏହା ଏକ ବଡ ଉପଲବ୍ଧି ଯେ ୭୫ବର୍ଷ ପୁର୍ତ୍ତି ଉତ୍ସବରେ ଦେଶର ମହାମହିମ ଉପ-ରାଷ୍ଟ୍ରପତି ଯୋଗ ଦେଉଛନ୍ତି ତେଣୁ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ର ସମସ୍ତ ଛାତ୍ର, ଯୁବକ, ଆବାଳ ବୃଦ୍ଧ ବନିତା ସହଯୋଗର ହାତ ବଢାନ୍ତୁ କୌଣସି ପ୍ରକାର ବିଶୃଙ୍ଖଳା କରନ୍ତୁ ନାହିଁ କିମ୍ବା ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ । ମୁଁ ବ୍ୟକ୍ତିଗତ ଭାବରେ ପ୍ଲାଟିନିୟମ ଜୁବୁଲି ଉତ୍ସବର ସଫଳତା କାମନା କରୁଛି ଏବଂ ତା ସହିତ ଆସନ୍ତା କାଲି ଜୁବୁଲିର ଉଦ୍‌ଘାଟନି ଉତ୍ସବରେ ଯୋଗ ନ ଦେବା ନିଷ୍ପତ୍ତିକୁ ଆପଣମାନଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ଅନୁରୋଧ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking