28.1 C
Bhubaneswar
Thursday, March 28, 2024
Homeଓଡିଶାଖୋଲା ମଣ୍ଡିରେ ପଡ଼ିଛି ଧାନ : ଚିନ୍ତା ବଢ଼ାଉଛି ଅଦିନିଆ ବର୍ଷା

ଖୋଲା ମଣ୍ଡିରେ ପଡ଼ିଛି ଧାନ : ଚିନ୍ତା ବଢ଼ାଉଛି ଅଦିନିଆ ବର୍ଷା


ଭବାନୀପାଟଣା : କୋହଲା ପାଗ ସାଙ୍ଗକୁ ଗତକାଲିଠାରୁ ଲାଗିରହିଛି ଝିପିଝିପି ବର୍ଷା । ଅନ୍ୟପଟେ ଖୋଲା ଆକାଶ ତଳେ ମଣ୍ଡିରେ ପଡ଼ିରହିଛି ହଜାର ହଜାର କ୍ୱିଣ୍ଟାଲ ଧାନବସ୍ତା । ଧାନ ଉଠାଣରେ ମିଲର୍ସଙ୍କ ଅବହେଳା ଯୋଗୁଁ ଧାର୍ଯ୍ୟ ସମୟରେ ଚାଷୀଙ୍କ ଧାନ ଉଠାଣରେ ବିଳମ୍ବ ହେଉଥିବା ବେଳେ ଝିପିଝିପି ବର୍ଷା ଚାଷୀର ଚିନ୍ତାକୁ ଦ୍ୱିଗୁଣିତ କରିଛି ।
କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ୍‌ର ୭୮ଟି ପ୍ୟାକ୍ସ ଓ ୧୭ଟି ସ୍ୱଂୟସହାୟକ ଗୋଷ୍ଠୀ (ଏସଏଚଜି) ରେ ଚାଲିଥିବା ୧୭୮ଟି ମଣ୍ଡି ଓ ଉପମଣ୍ଡିରେ ସମାନ ଅବସ୍ଥା । ମଣ୍ଡିରେ କୌଣସି ଶେଡ୍ ବ୍ୟବସ୍ଥା ନାହିଁ କି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀଙ୍କୁ ଆବଶ୍ୟକ ପରିମାଣର ପଲିଥିନ ଯୋଗାଇ ଦିଆଯାଇନାହିଁ । ଫଳରେ ଖୋଲାଆକାଶ ତଳେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ । ଅନ୍ୟପକ୍ଷରେ ଚାଷୀଙ୍କ ସମସ୍ୟା ବୁଝିବାକୁ କୌଣସି ଯୋଗାଣ ବିଭାଗ ଅଧିକାରୀ କିମ୍ବା ପ୍ରଶାସନର ଅଧିକାରୀ ଆସୁନଥିବା ବେଳେ ପ୍ୟାକ୍ସ କର୍ମଚାରୀ ଓ ମିଲର୍ସଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଶୋଷଣର ଶିକାର ହେଉଛନ୍ତି ଚାଷୀ । ଅନ୍ୟପଟେ ନିର୍ବାଚିତ ଲୋକପ୍ରତିନିଧି ଓ ବିରୋଧୀଦଳ ନେତାଙ୍କ ମଧ୍ୟ ଚାଷୀଙ୍କ ପ୍ରତି ଦରଦ ନାହିଁ । ଦିନକୁ ଦିନ ଚାଷୀ ସମସ୍ୟା ବୃଦ୍ଧିପାଉଥିଲେ ସୁଦ୍ଧା ସରକାରୀସ୍ତରରେ କୌଣସି ପ୍ରତିକାର କରାଯାଉ ନଥିବାରୁ ଚାଷୀମାନେ ଦିନକୁ ଦିନ ଚାଷ କାର୍ଯ୍ୟରୁ ମୁହଁ ଫେରାଇବାକୁ ବସିଲେଣି । ଏଭଳି ପରିସ୍ଥିତିରେ ସମସ୍ୟା ବୁଝିବାକୁ କେହିନଥିବା ବେଳେ ଆଶା ଓ ଆକାଂକ୍ଷାରେ ଦିନ କାଟୁଥିବା ଚାଷୀ ପ୍ରଶାସନର ଆଗାମୀ ପଦକ୍ଷେପକୁ ଚାହିଁ ବସିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking