40.1 C
Bhubaneswar
Thursday, April 25, 2024
Homeଓଡିଶାଦାଦନ ଶ୍ରମିକର ମୃତ୍ୟୁ : ଘରକୁ ଫେରିଲା ମୃତଦେହ

ଦାଦନ ଶ୍ରମିକର ମୃତ୍ୟୁ : ଘରକୁ ଫେରିଲା ମୃତଦେହ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ଅସୁସ୍ଥ ହେବାରୁ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ନାନ୍ଦୁପଲା ଗାଁର କ୍ଷେତ୍ର ବାଗ (୪୦) । କ୍ଷେତ୍ର ନିଜ ପରିବାର ସହ ଗତ ୨ମାସ ତଳେ ମଧ୍ୟସ୍ତିଙ୍କ ମାଧ୍ୟମରେ କିଛି ଅଗ୍ରୀମ ଟଙ୍କା ନେଇ ତେଲେଙ୍ଗାନାର ପୈଦାପଲ୍ଲୀ ନିକଟ ରାଘବପୁରର ଏକ ଇଟା ଭାଟିରେ ଇଟା କାମ କରୁଥିଲେ । ଗତ ରବିବାର ଇଟା କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଏନେଇ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ କହିବାରୁ ତାଙ୍କୁ ଟ୍ରାକ୍ଟର ଯୋଗେ ଏକ ଡାକ୍ତରଖାନାକୁ ନେଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ଶବବ୍ୟବଚ୍ଛେଦ ପରେ ମୃତଦେହକୁ ସେଠାରେ ପୋଡ଼ି ଦେବାକୁ କହୁଥିଲେ । ମୃତକର ସ୍ତ୍ରୀ ମୃତଦେହକୁ ଗାଁକୁ ଆଣିବାକୁ କହିବାରୁ ବାଧ୍ୟହୋଇ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ମୃତଦେହ ପଠାଇଥିଲେ । ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁରେ ପହଞ୍ôଚଲା ପରେ ଶୋକର ଛାୟା ଖେଳିବାସହ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା ।
ଖବରପାଇ ଖପ୍ରାଖୋଲ ଗ୍ରାମୀଣ ଶ୍ରମନିରୀକ୍ଷକ ସୁଧୀର କୁମାର ସାହୁ, ଖପ୍ରାଖୋଲ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି, ମାନବଅଧିକାର କର୍ମୀ ସୁଶାନ୍ତ ପାଣିଗ୍ରାହୀ, ନାନ୍ଦୁପଲା ସରପଞ୍ଚ ସୁରେଶ ପୁଝାରୀ, ପିଇଓ ରାହାସ ବିହାରୀ ମଲ୍ଲିକ ସମେତ ସ୍ଥାନୀୟ ଶହଶହ ଲୋକଙ୍କ ଭିଡ଼ ହୋଇଥିଲା । ପରେ ମଧ୍ୟାହ୍ନରେ ଶବ ସଂସ୍କାର କରାଯାଇଥିଲା । ଇଟ୍ଟା ଭାଟି ମାଲିକ ଓ ସର୍ଦ୍ଦାର ମୃତକ ପରିବାରକୁ ଅଳ୍ପ ଆର୍ôଥକ ସହାୟତା ଦେଇଥିବାବେଳେ ଘରର ରୋଜଗାରକ୍ଷମ ବ୍ୟକ୍ତିର ମୃତ୍ୟୁ ପରେ ବିଧବା ସ୍ତ୍ରୀ ନିଜର ଛୋଟ ଛୋଟ ପିଲାଙ୍କୁ ନେଇ କିଭଳି ଚଳିବେ ତାହା ଚିନ୍ତାର ବିଷୟ । ତେଣୁ ମୃତକର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଏନେଇ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଦିଆଯାଇଛି । ସରକାରୀ ନିୟମ ଅନୁସାରେ ଅନ୍ୟାନ୍ୟ ଯୋଜନାରେ ମଧ୍ୟ ମୃତକର ପରିବାରୁକୁ ସାମିଲ୍ କରାଯିବ ବୋଲି କହିଛନ୍ତି । ସୂଚନା ଯୋଗ୍ୟ ସପ୍ତାହେ ତଳେ ମହରାପଦର ଗାଁର ମଧ୍ୟ ଜଣେ ଦାଦନ ଶ୍ରମିକର ମୃତ୍ୟୁ ସିକିନ୍ଦ୍ରାବାଦ ଅଞ୍ଚଳରେ ହୋଇଥିବା ଚର୍ଚ୍ଚା ହେଉଛି । ସରକାର ଦାଦନ ସମସ୍ୟା ରୋକିବାକୁ ସଚେତନତା କରୁଥିଲେ ବି ତାହା କାହିଁକି ଶ୍ରମିକ ମାନଙ୍କ ଆସ୍ଥା ଭାଜନ ହୋଇପାରୁନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking