28.1 C
Bhubaneswar
Saturday, April 27, 2024
Homeଓଡିଶାଜଙ୍ଗଲୀ ହାତୀଙ୍କ ଉତ୍ପାତ, ବୃଦ୍ଧଙ୍କୁ ଦଳି ମାରିଦେଲେ

ଜଙ୍ଗଲୀ ହାତୀଙ୍କ ଉତ୍ପାତ, ବୃଦ୍ଧଙ୍କୁ ଦଳି ମାରିଦେଲେ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ କୁକୁଡ଼ାଜୁଡ଼ି ଜଙ୍ଗଲରେ ପ୍ରାୟ ୫ଟି ଜଙ୍ଗଲୀ ହାତୀଙ୍କ ଉତ୍ପାତ ଜାରି ରହିଥିବାର ଖବର ମିଳିଛି। ଶନିବାର ରାତିରୁ ୫ଟି ଜଙ୍ଗଲୀ ହାତୀ ବାରିପଦା ବନଖଣ୍ଡର ରଜାବସା ଜଙ୍ଗଲରେ ପଶି ଆସିଥିଲେ । ସେମାନଙ୍କ ସାମ୍ନାରେ ଜଣେ ବୃଦ୍ଧ ପଡ଼ିଯାଇଥିଲେ। ଏହାପରେ ଏହି ହାତୀମାନେ ତାଙ୍କୁ ଦଳି ମାରିଦେଇଥିବାର ଖବର ମିଳିଛି। ମୃତକଙ୍କ ନାମ ଚତୁର୍ଭୁଜ ନାୟକ ବୋଲି ଜଣାଯାଇଛି। ତାଙ୍କର ବୟସ ୬୦ ବର୍ଷ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ । ଘଟଣାସ୍ଥଳରେ ପୁଲିସ ଓ ବନବିଭାଗ କର୍ମଚାରୀ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହାତୀକୁ ଘଉଡ଼ାଇବାକୁ ଲାଗିଥିଲେ ।
https://onakhabar.com/2020/06/06/minor-boy-killed-mother-and-sister-because-family-condition-was-economically-very-poor-due-to-corona-lockdown/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking