29.1 C
Bhubaneswar
Wednesday, May 1, 2024
Homeପଶ୍ଚିମବଙ୍ଗ ନିର୍ବାଚନଭାରି ପଡିଲା ବୟାନ ବାଜି

ଭାରି ପଡିଲା ବୟାନ ବାଜି

କୋଲକାତା : ନିର୍ବାଚନ ଆୟୋଗ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟିର ପଶ୍ଚିମବଙ୍ଗ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ବିବାଦପୁର୍ଣ୍ଣ ବୟାନ ଯୋଗୁଁ ତାଙ୍କ ପ୍ରଚାରରେ ୨୪ ଘଣ୍ଟା ପାଇଁ ପ୍ରତିବନ୍ଧ ଲଗାଇଛି । ଘୋଷ କହିଥିଲେ ଯେ, ‘କେତେକ ଯାଗରେ ସୀତାଲୁୁଚି ଭଳି ଘଟଣା ହେବ’ । ପ୍ରଚାର ବନ୍ଦ କରିବା ଆଦେଶ ଦେଇ ଆୟୋଗ , ଘୋଷଙ୍କୁ କଡା ଚେତାବନୀ ଦେଇଛନ୍ତି ଏବଂ ଆଚାର ସହିଂତା ଲାଗୁ କରାଯିବା ମଧ୍ୟରେ ସାର୍ବଜନିକ ଭାବରେ ଏପରି ଟିପ୍ପଣୀ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ।
ପଶ୍ଚିମବଙ୍ଗରେ ଚତୁର୍ଥ  ପର୍ଯ୍ୟାୟ ନିର୍ବାଚନ ସମୟରେ ସୀତାଲୁଚି ବିଧାନସଭା ଆସନରେ ସିଏସ୍ଏଫ୍ କର୍ମଚାରୀଙ୍କ ଗୁଳିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ।  ଅଧିକାରୀମାନେ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କ ଆକ୍ରମଣ ପରେ ଯବାନମାନେ ଗୁଳି ଚଳାଇଥିଲେ । ନିର୍ବାଚନ ଆୟୋଗଙ୍କ ଏହି ନିଷେଧାଦେଶ ୧୫ ଏପ୍ରିଲରେ ସନ୍ଧ୍ୟା ୭ ଟାରୁ ୧୬ ଏପ୍ରିଲରେ ସନ୍ଧ୍ୟା ୭ ଟାରୁ କାର୍ଯ୍ୟକାରୀ ହେବ। ଏହି ସମୟ ମଧ୍ୟରେ ଘୋଷ ପ୍ରଚାର କରିବାକୁ ସମର୍ଥ ହେବେ ନାହିଁ । ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଘୋଷ “ଅତ୍ୟଧିକ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଛନ୍ତି ଯାହା ଆଇନ ଶୃଙ୍ଖଳା ଉପରେ ଗୁରୁତର ପ୍ରଭାବ ପକାଇପାରେ ଏବଂ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ।” ଏହି ଅଭିଯୋଗ ପାଇଁ ଆୟୋଗ ମଙ୍ଗଳବାର ଦିନ ଘୋଷଙ୍କୁ ନୋଟିସ ଜାରି କରିଛନ୍ତି ।
ଘୋଷ ତାଙ୍କ ଉତ୍ତରରେ କହିଛନ୍ତି ଯେ ଦଳର ରାଜ୍ୟ ସଭାପତି ଭାବରେ ତାଙ୍କ ଦଳର କର୍ମୀଙ୍କ ସହ ଠିଆ ହେବା ଏବଂ ଭୋଟରଙ୍କୁ ବିନା ଭୟରେ ଭୋଟ୍ ଦେବା ପାଇଁ ଉତ୍ସାହିତ କରିବା ତାଙ୍କର କର୍ତ୍ତବ୍ୟ । ସେ ଏହା ମଧ୍ୟ କହିଛନ୍ତି ଯେ ଆଚରଣ ବିଧି, ନିର୍ବାଚନ ଆଇନ କିମ୍ବା ଭାରତୀୟ ଦଣ୍ଡ ସଂହିତାକୁ ଅବମାନନା କରି ସେ କୌଣସ ବିବୃତ୍ତି ଦେବାକୁ ଚାହୁଁନାହାଁନ୍ତି । ଘୋଷ କମିଶନଙ୍କୁ କହିଛନ୍ତି ଯେ ସେ ସାମାଜିକ ବିରୋଧୀ ମାନଙ୍କୁ ଶିକ୍ଷା ଦେବାକୁ ଚାହୁଁଛନ୍ତି ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିଥିଲେ ଏବଂ ଆଇନ ଶୃଙ୍ଖଳା ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲେ। ଘୋଷ ମଧ୍ୟ ତାଙ୍କ ବିବୃତ୍ତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking