34.1 C
Bhubaneswar
Friday, March 29, 2024
Homeକରୋନାଶବ ସତ୍କାର ପାଇଁ ସ୍ମଶାନରେ ୮ ଘଣ୍ଟା ଅପେକ୍ଷା

ଶବ ସତ୍କାର ପାଇଁ ସ୍ମଶାନରେ ୮ ଘଣ୍ଟା ଅପେକ୍ଷା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଯେଉଁ ଭଳି କରୋନା ରୋଗୀ ଓ ମୃତକଙ୍କ ସଂଖ୍ୟା ବଢୁଛି ସେ ସବୁ ଦେଖି ଲୋକଙ୍କ ମନରେ ଭୟ ଘର କରିିଗଲାଣି । ତାଠୁ ବଳେଇ ଯାଇଛି ଡ଼ାକ୍ତରଖାନାରେ ସର୍ଯ୍ୟାଟେ ଓ ସ୍ମଶାନରେ ଜାଗା ଟିକିଏ ପାଇବାର କଷ୍ଟ । କେଉଁଠି ଡ଼ାକ୍ତରଖାନା ବାହାରେ ଆମ୍ବୁଲାନ୍ସରେ ରୋଗୀ ଘଣ୍ଟା ଘଣ୍ଟା ଡ଼ାକ୍ତରଖାନା ଆଗରେ ପଡ଼ି ରହିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ତ ଆଉ କେଉଁଠି ସ୍ମଶାନରେ ଜାଗା ନଥିବାରୁ କୁଢକୁଢ ଶବ ବହୁ ସମୟ ପଡ଼ି ରହୁଛି, ପୁଣି ଅନ୍ୟ କେଉଁଠି ରାସ୍ତା ଉପରେ କରୋନା ରୋଗୀଙ୍କୁ ଅକ୍ସିଜେନ ଦେବାର ଦେଖାଯାଉଛି । ତେବେ ଏବେ ସେହିଭଳି ଏକ ହୃଦୟବିଦାରକ ଦୃଶ୍ୟ ମଧ୍ୟପ୍ରଦେଶ ଇନ୍ଦୋରରୁ ସାମ୍ମନାକୁ ଆସିଛି । ଏଠାରେ କରୋନା ପାଇିଁ ସ୍ଥିତି ଏଭଳି ଜଟିଳ ହୋଇଛି ଯେ ଆତ୍ମୀୟଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ମଶାନରେ ଟୋକନ ନେଇ ୬ରୁ ୮ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି ।

ଇନ୍ଦୋରର ପଞ୍ଚକୁଇୟା ମୁକ୍ତିଧାମରେ କିଛି ଦିନ ହେଲା ଏକାଥରକେ ୧୦ରୁ ୧୨ କୋଭିଡ ମୃତକଙ୍କ ଶବ ଦାହା କରାଯାଉଥିଲା । କିନ୍ତୁ ବୁଧବାର ଦିନଠାରୁ ଏଠାରେ ଶବ ଦାହା ସଂଖ୍ୟା ହଠାତ୍ ବଢିବାରେ ଲାଗିଛି । ୪୦ରୁ୪୫ କୋଭିଡ଼ ଓ ସାଧାରଣ ଲୋକଙ୍କ ଶବ ଗୋଟିଏ ଦିନରେ ସତ୍କାର କରାଯାଉଛି । ସେହିଭଳି ଇନ୍ଦୋର ରିଜୋନାଲ ପାର୍କ ମୁକ୍ତିଧାମର ଅବସ୍ଥା ମଧ୍ୟ ସମାନ ରହିଛି । ଏଠାରେ ମଧ୍ୟ ନିୟମିତ ୪୦ରୁ ୪୫ କୋଭିଡ ଶବ ଦାହା କରାଯାଉଛି । କେବଳ ଏହି ଦୁଇଟି ସ୍ମଶାନ ନୁହେଁ ସେଠାକା ଅନ୍ୟ ସ୍ମଶାନରେ ମଧ୍ୟ କୋଭିଡ଼ ଶବଙ୍କ ସଂଖ୍ୟା ବଢିଛି । ଗତ କିଛି ଦିନ ହେଲା ସୂର୍ଯ୍ୟାସ୍ତ ପରେ ମଧ୍ୟ ରାତି ୯ରୁ ୧୦ ପର୍ଯ୍ୟନ୍ତ ସ୍ମଶାନ ଗୁଡ଼ିକରେ ଶବ ଦାହା ଚାଲୁଛି ।

ତେବେ ସ୍ମଶାନ ଗୁଡ଼ିକ ଅବସ୍ଥା ଦେଖି ଏଠାରେ ସରକାର ନିଜ ତଥ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଲୁଚାଯାଉନ୍ତିି ବୋଲି ଅଭିଯୋଗ ହେଉଛି । ଇନ୍ଦୋରର ସ୍ମଶାନ ଗୁଡ଼ିକର ଅବସ୍ଥା ଏପରି ହୋଉଛି ଯେ ଅସ୍ଥିକଳସ ଓ ଅନ୍ୟାନ କର୍ମକାର୍ଯ୍ୟ ବିନା ଶବ ଦାହା ହେଉଛି । ସ୍ମଶାନରେ କାର୍ଯ୍ୟକରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ସେଠାରେ ଶବ ସଂଖ୍ୟା ବୃଦ୍ଧି କାରଣରୁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ କୌଣସି ଅସ୍ଥିକଳସ ସେମାନେ ରଖୁ ନାହାନ୍ତି । ଏହାସହ ସ୍ମଶାନ ଗୁଡ଼ିକରେ କାମକରିବା ପାଇଁ ଅଧିକ କର୍ମଚାରୀ ଆବଶ୍ୟକ ହେଉଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking