39.4 C
Bhubaneswar
Thursday, April 18, 2024
Homeଓଡିଶାଖଡିଆଳ ଏନଏସି ସଟ୍ ଡାଉନ

ଖଡିଆଳ ଏନଏସି ସଟ୍ ଡାଉନ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ଏନଏସି ସଟ ଡାଉନ ଘୋଷଣା ହୋଇଛି । ଆସନ୍ତାକାଲି ସକାଳ ୬ଟାରୁ ୨୨ ତାରିଖ ଯାଏଁ ସଟ୍ ଡାଉନ ଘୋଷଣା ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଉପଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ସେହିଭଳି ଖରିଆ ରୋଡ୍ ଏନଏସିରେ କଡା କଟକଣା ଲଗାଯାଇଛି । ଦୋକାନ, ବଜାର, ଢାବା, ଣ୍ଟେରଷ୍ଟୁରାଣ୍ଟ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।  ଅତ୍ୟାବଶ୍ୟକୀୟ ସେବାକୁ କେବଳ ଅନୁମତି ମିଳିବ । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହଇ ବ୍ୟାପୁଥିବାରୁ ଗତକାଲି ସମଗ୍ର ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ରହିଥିବା ବେଳେ ଅନ୍ୟ ୨୦ ଜିଲ୍ଲାରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ପାର୍ କରିଲାଣି । ଯାହାକୁ ନେଇ ଚିନ୍ତା ବଢୁଛି । ସେଥିପାଇଁ ଏବେ ସରକାର କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି । ହେଲେ ଜୀବନ ଜୀବିକାକୁ ବି ସରକାର ଦୃଷ୍ଟିରେ ରଖୁଛନ୍ତି । ବାରମ୍ବାର ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ସହ ହାତକୁ ବାରମ୍ବାର ସାନିଟାଇଜ କରିବା ଏବଂ ସାମାଜିକ ଦୂରତା ପାଳନ କରିବା ପାଇଁ ସରକାର ନିବେଦନ କରୁଛନ୍ତି । ହେଲେ ଅମାନିଆଙ୍କ ପାଇଁ ହିଁ ସଂକ୍ରମଣ ବଢୁଛି । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଛନ୍ତି । ହେଲେ କରୋନା ଥମିବାର ନା ଧରୁନାହିଁ । ଗତବର୍ଷ ଅପେକ୍ଷା ଏହା ଚଳିତ ବର୍ଷ ଅଧିକ ଉଗ୍ର ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking