30.1 C
Bhubaneswar
Monday, May 6, 2024
Homeବିଜିନେସ୍ସେନ୍‌ସେକ୍ସ, ନିଫ୍‌ଟି ସୂଚକାଙ୍କ ବୃଦ୍ଧିର ପ୍ରଭାବ; ପୁଞ୍ଜି ନିବେଶକାରୀଙ୍କ ଲାଭ ୭.୯୦ ଲକ୍ଷ କୋଟି

ସେନ୍‌ସେକ୍ସ, ନିଫ୍‌ଟି ସୂଚକାଙ୍କ ବୃଦ୍ଧିର ପ୍ରଭାବ; ପୁଞ୍ଜି ନିବେଶକାରୀଙ୍କ ଲାଭ ୭.୯୦ ଲକ୍ଷ କୋଟି

ନୂଆଦିଲ୍ଲୀ : ଜୁନ୍ ୩୦ରୁ ଜୁଲାଇ ୪ ମଧ୍ୟରେ କ୍ରମାଗତ ପାଞ୍ଚଦିନ ଧରି ସେନ୍‌ସେକ୍ସ ଓ ନିଫ୍‌ଟି ସୂଚକାଙ୍କ ବୃଦ୍ଧି ପାଇଥିବାରୁ ଭାରତୀୟ ଷ୍ଟକ୍ ମାର୍କେଟରେ ପୁଞ୍ଜି ବିନିଯୋଗ କରିଥିବା କମ୍ପାନୀ ଓ ବ୍ୟକ୍ତିବିଶେଷମାନେ ଇତିମଧ୍ୟରେ ୭.୯୦ ଲକ୍ଷ କୋଟି ଟଙ୍କା ଲାଭ କରିଥିବା ଜଣାପଡିଛି । ମଙ୍ଗଳବାର ସୁଦ୍ଧା ସେନ୍‌ସେକ୍ସ ୬୫୪୭୯.୦୫ରେ ପହଞ୍ଚିଥିବାବେଳେ ନିଫ୍‌ଟି ସୂଚକାଙ୍କ ୧୯୩୯୧.୩୫ ଛୁଇଁଥିଲା । ଏଥିସହିତ ଭାରତୀୟ ମାର୍କେଟରେ ପୁଞ୍ଜି ବିନିଯୋଗ ପରିମାଣ ୨,୯୮,୫୭,୬୪୯.୩୮ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ଷ୍ଟକ୍ ମାର୍କେଟ ଇତିହାସରେ ଏହା ଏକ ରେକର୍ଡ ବୋଲି କୁହାଯାଇଛି । ସେନ୍‌ସେକ୍ସରେ ଉନ୍ନତି ଘଟିଥିବାରୁ ବଜାଜ ଫାଇନାନ୍ସ ସବୁଠାରୁ ଅଧିକ ଲାଭ କରିଥିବା ଜଣାପଡିଛି । ଏହାର ଲାଭାଂଶ ସର୍ବାଧିକ ୭.୧୭ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଏହାପଛକୁ ବଜାଜ ଫିନ୍‌ସର୍ଭ ୫.୭୬ ପ୍ରତିଶତ ଲାଭ କରିଛି । ଅନ୍ୟ କମ୍ପାନୀ ମଧ୍ୟରେ ଟେକ୍ ମହିନ୍ଦ୍ରା, ସନ୍ ଫାର୍ମା, ଏନଟିପିସି, ଟାଇଟାନ, ୱିପ୍ରୋ, ଟିସିଏସ୍‌, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଇନ୍‌ଫୋସିସ୍‌, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆଇଟିସି ମଧ୍ୟ ଲାଭବାନ ତାଲିକାରେ ସାମିଲ ହୋଇଛନ୍ତି ।

ତେବେ ଭାରତୀ ଏୟାରଟେଲ, ଆକ୍ସିସ୍ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଇଣ୍ଡସଇଣ୍ଡ୍ ବ୍ୟାଙ୍କ, ଟାଟା ଷ୍ଟିଲ ଓ ଅଲଟ୍ରାଟେକ୍ ସିମେଣ୍ଟ ଭଳି କମ୍ପାନୀ କ୍ଷତିର ସମ୍ମୁଖୀନ ହୋଇଥିଲେ । ଏସୀୟ ମାର୍କେଟକୁ ଅନୁଧ୍ୟାନ କଲେ ଏହି ପାଞ୍ଚଦିନ ମଧ୍ୟରେ ସାଂଘାଇ ଓ ହଂକଂ ଷ୍ଟକ୍ ମାର୍କେଟ ଲାଭରେ ଚାଲିଥିବାବେଳେ ସିଓଲ ଓ ଟୋକିଓ ଷ୍ଟକ୍ ଏକ୍ସଚେଞ୍ଜ କ୍ଷତିର ସମ୍ମୁଖୀନ ହୋଇଥିଲା । ଅପରପକ୍ଷରେ ସୋମବାର ସୁଦ୍ଧା ଆମେରିକା ଷ୍ଟକ୍ ମାର୍କେଟ ସ୍ଥିର ଅବସ୍ଥାକୁ ଫେରିଥିବା ଜଣାପଡିଛି । ଆନ୍ତର୍ଜାତିକ ମାର୍କେଟରେ ଅଣବିଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୫.୭୨ ଡଲାର ବୃଦ୍ଧି ପାଇଛି । ମଙ୍ଗଳବାର ବିଦେଶୀ କମ୍ପାନୀଗୁଡିକ ଭାରତୀୟ ମାର୍କେଟରେ ୨୧୩୪.୩୩ କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିବାବେଳେ ଜୁନ୍‌ରେ ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ ପରିମାଣ ୪୭,୧୪୮ କୋଟି ଟଙ୍କା ରହିଥିବା ଜଣାପଡିଛି । ବିଗତ ୧୦ ମାସ ମଧ୍ୟରେ ଏହା ସର୍ବାଧିକ ବୋଲି କୁହାଯାଇଛି । ତେବେ ଏହି ପାଞ୍ଚଦିନ ମଧ୍ୟରେ ୟୁରୋପୀୟ ଷ୍ଟକ୍ ମାର୍କେଟଗୁଡିକ ଦୁର୍ବଳ ପ୍ରଦର୍ଶନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking