24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶହେମନ୍ତ ସୋରେନଙ୍କ ଘରେ ଇଡ଼ି ଟିମ୍‌

ହେମନ୍ତ ସୋରେନଙ୍କ ଘରେ ଇଡ଼ି ଟିମ୍‌

ରାଞ୍ଚି: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଛନ୍ତି ଇଡି ଟିମ୍‌ । ରାଞ୍ଚି ସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଅନ୍ୟ ବିଧାୟକ ମାନେ ଉସ୍ଥିତ ରହିଛନ୍ତି । ରାଞ୍ଚିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ବାରମ୍ବାର ଇଡ଼ି ସମନ କରିବା ପରେ ହାଜର ନହୋଇ ବୁଧବାର (ଜାନୁଆରୀ ୩୧)ରେ ନିଜେ ହେମନ୍ତ ସୋରେନ ଉତ୍ତର ଦେବେ ବୋଲି ସମୟ ମାଗିଥିଲେ । ଏଥିପାଇଁ ଇଡ଼ି ଟିମ ବୁଧବାର ରାଞ୍ଚି ବାସଭବନରେ ପହଂଚିଛନ୍ତି

ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଙ୍ଗଳବାର ନିଜ ବାସଭବନରେ ପହଂଚିବା ପରେ ବିଧାୟକ ଦଳ ବୈଠକ କରିଥିଲେ । ବୈଠକରେ ଖାଲି କାଗଜରେ ସବୁ ବିଧାୟକଙ୍କୁ ଦସ୍ତଖତ କରିବାକୁ କୁହାଯାଇଥିଲା । ଏହି ଦସ୍ତଖତ କଳ୍ପନା ସୋରେନଙ୍କ ଲାଗି ନିଆଯାଇଥିବା ସୂଚନା ମିଳିଛି । ଇଡ଼ି ଜେରାର ସମ୍ମୁଖୀନ ହେବା ପୂର୍ବରୁ ହେମନ୍ତ ସୋରେନ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ଭେଟିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking