32.1 C
Bhubaneswar
Friday, April 26, 2024
Homeଜୀବନଶୈଳୀପ୍ରତିଦିନ ଆଚାର ଖାଉଥିଲେ ସାବଧାନ

ପ୍ରତିଦିନ ଆଚାର ଖାଉଥିଲେ ସାବଧାନ

ଭୁବନେଶ୍ୱର : କିଛି ଲୋକ ଅଛନ୍ତି ଯେଉଁମାନେ ଦିନ ରାତି ସବୁ ସମୟରେ ଆଚାର ସେବନ କରିଥାନ୍ତି । ଯେପରିକି ଭାତ, ରୋଟି ସବୁଥିରେ ଆଚାର ସେବନ କରିଥାନ୍ତି । କିନ୍ତୁ ଏହି ଆଚାର ଆପଣଙ୍କ ସ୍ୱାସ୍ଥ୍ୟ ବିଗାଡି ପାରେ । ପ୍ରକୃତରେ ଆଚାର ତିଆରି କଲା ବେଳେ ଏଥିରେ ଅନେକ କ୍ଷତିକାରକ ଜିନିଷ ବ୍ୟବହାର କରାଯାଇଥାଏ । ଯାହାଫଳରେ ଏହା ଦୀର୍ଘ ଦିନ ଯାଏଁ ସୁରକ୍ଷିତ ରହି ପାରିବ । ଯଦି ଆପଣ ବି ସବୁବେଳେ ଆଚାର ସେବନ କରୁଥିବ ତେବେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ପ୍ରମାଣ ହୋଇପାରେ । ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ ଆଚାର ।

ମଧୁମେହ ରୋଗୀଙ୍କ ପାଇଁ ଆଚାର ସେବନ କ୍ଷତିକାରକ ହୋଇପାରେ । ଆଚାରକୁ ପ୍ରିଜର୍ଭ କରିବା ପାଇଁ ଚିନି ବ୍ୟବହାର କରାଯାଇଥାଏ । ସେଥିପାଇଁ ମଧୁମେହ ରୋଗୀ ଆଚାର ସେବନ କରିବା ଉଚିତ ନୁହେଁ ।

ପ୍ରତ୍ୟେକ ଦିନ ଆଚାର ସେବନ ଦ୍ୱାରା ଅନ୍ତନଳୀରେ ଅଲସର ହେବାର ଆଶଙ୍କା ଅଧିକ ବଢିଥାଏ । ସେଥିପାଇଁ ବହୁତ କମ ଆଚାର ସେବନ କରିବା ଉଚିତ୍ ।

ଆଚାରରେ ଅଧିକ ମାତ୍ରାରେ ସୋଡିୟମର ବ୍ୟବହାର କରାଯାଇଥାଏ । ଯେଉଁଥିପାଇଁ ଫୁଲା ସମସ୍ୟା ହୋଇପାରେ ।

ସେହିପରି ଅଧିକ ମାତ୍ରାରେ ଆଚାର ସେବନ କରିବା ଦ୍ୱାରା ରକ୍ତଚାପ ବଢିପାରେ । ଯେଉଁ ବ୍ୟକ୍ତିଙ୍କର ରକ୍ତଚାପ ସମସ୍ୟା ଥିବ ସେମାନଙ୍କୁ ଆଚାର ଖେଇବା ଉଚିତ୍ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking