29.1 C
Bhubaneswar
Sunday, May 19, 2024
Homeଖେଳଚେନ୍ନାଇ, ମୁମ୍ବାଇ ଓ ଦିଲ୍ଲୀକୁ ବଡ ଝଟକା

ଚେନ୍ନାଇ, ମୁମ୍ବାଇ ଓ ଦିଲ୍ଲୀକୁ ବଡ ଝଟକା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ର ଆରମ୍ଭ ୯ ଏପ୍ରିଲରୁ ହେବ । ଏଥିପାଇଁ ସମସ୍ତ ଟିମ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି ଏବଂ ସେହି ଖବର ଅନୁସାରେ, ସାଉଥ ଆଫ୍ରିକା କ୍ରିକେଟ ଟିମର କିଛି ଖେଳାଳୀ ଯିଏ ଏହି ଲିଗରେ ଖେଳୁଛନ୍ତି, ସେମାନେ ନିଜ ନିଜ ଦଳ ପାଇଁ ଆଇପିଏଲ ଓପନର ସମେତ କିଛି ମୁକାବିଲା ମିସ କରିପାରନ୍ତି । ଏହି ଟିମରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ ସାମିଲ ରହିଛି । ଯେଉଁ ଖେଳାଳୀ ପ୍ରଥମ କିଛି ମ୍ୟାଚ ମିସ କରିପାରନ୍ତି ସେମାନଙ୍କ ମଧ୍ୟରେ କଗୀସୋ ରବାଡା, କ୍ୱିଣ୍ଟନ ଡିକକ୍‌, ଏନରିଚ୍ ନୋର୍ଜ, ଲୁଙ୍ଗୀ ନଗୀଡି ଓ ଡେଭିଡ ମିଲର ଭଳି ଖେଳାଳୀ ସାମିଲ ଅଛନ୍ତି ।
ଋିପୋର୍ଟ ମୁତାବକ, ସାଉଥ ଆଫ୍ରିକା କ୍ରିକେଟ ଟିମର ଏହି ଖେଳାଳୀ ପାକିସ୍ତାନ ବିପକ୍ଷରେ ୨ ଏପ୍ରିଲରୁ ଖେଳାଯିବାକୁ ଥିବା ଦିନିକିଆ ସିରିଜରେ ଭାଗ ନେବାକୁ ଯାଉଛନ୍ତି ଏବଂ ଏହି କାରଣ ପାଇଁ ଏମାନେ ନିଜ ନିଜ ଟିମ ପାଇଁ ଆରମ୍ଭରୁ କିଛି ମ୍ୟାଚ ମିସ କରିବେ । ଖିଲାଜହୀ ସିରିଜ ପରେ ଯେତେବେଳେ ଭାରତ ଆସିବେ, କିଛି ଦିନ ସେମାନେ କ୍ୱାରେଣ୍ଟାଇନରେ ରହିବେ । ଏହା ଉପରେ ନିର୍ଭର କରିବ ଯେ, ସେମାନେ କେତୋଟି ମ୍ୟାଚ ମିସ କରିବେ ।
ସିଏସକେ ପକ୍ଷରୁ କୁହାସରିଛି ଯେ, ତାଙ୍କର ଦୃତ ବୋଲର ଲୁଙ୍ଗୀ ନଗିଡୀ ଟିମ ସହିତ ୫ ଏପ୍ରିଲ ପରେ ସାମିଲ ହେବେ । ସେହିଭଳି କଗୀସୋ ରାବାଡା ଓ ଏନରିଚ ନୋର୍ଜ ସିଏସକେ ବିପକ୍ଷରେ ହେବାକୁ ଥିବା ଓପନିଂ ମ୍ୟାଚରେ ଟିମରେ ଭାଗ ନେଇପାରିବେ ନାହିଁ ।
ଯଦି ମୁମ୍ବାଇ ଇଣ୍ଡିଆନ୍ସ କଥା କହିବା, ତେବେ ଓପନର ବ୍ୟାଟ୍ସମ୍ୟାନ କ୍ୱିନଟନ ଡିକକ୍ ବି ପ୍ରଥମ ମ୍ୟାଚରେ ନିଜ ଦଳରେ ସାମିଲ ହୋଇପାରିବେ ନାହିଁ । ମୁମ୍ବାଇ ଟିମ ଚଳିତ ଥର ୯ ଏପ୍ରିଲରେ ନିଜ ଅଭିଯାନ ଆରମ୍ଭ ବିରାଟ କୋହଲୀଙ୍କ ଟିମ ରୟାଲ ଚାଲେଞ୍ଜର୍ସ ବ୍ୟାଙ୍ଗଲୋର ବିପକ୍ଷରେ କରିବ । ଡିକକଙ୍କ ଅନୁପସ୍ଥିତିରେ କ୍ରିସ ଗେଲ ମୁମ୍ବାଇ ପାଇଁ ଡେବ୍ୟୁ କରିପାରନ୍ତି । ସେହିଭଳି ପ୍ଲେଇଂ ଇଲେଭେନ ରେ ଇଶାନ କିଶନଙ୍କୁ ୱିକେଟ କିପର-ବ୍ୟାଟ୍ସମ୍ୟାନ ଭାବରେ ସାମିଲ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking