28.1 C
Bhubaneswar
Saturday, April 27, 2024
Homeଜୀବନଶୈଳୀଆଲମଣ୍ଡ ଖାଇଲେ କଣ ହୁଏ

ଆଲମଣ୍ଡ ଖାଇଲେ କଣ ହୁଏ

ଭୁବନେଶ୍ୱର : ଡ୍ରାଇଫ୍ରୁଟ ମଧ୍ୟରେ ଆଲମଣ୍ଡ ଆସୁଛି । ଯାହା ସମସ୍ତଙ୍କୁ ଭଲ ଲାଗେ ଖାଇବାକୁ । ଅନେକ ଲୋକେ ଏହାର ଉପକାରିତା ବିଷୟରେ ଜାଣିନଥାନ୍ତି । ଆଲମଣ୍ଡ ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳିଥାଏ ଜାଣିଛନ୍ତି କି । ମିନେରାଲ, ଭିଟାମିନ୍‌ ଏବଂ ଫାଇବରରେ ଭରପୁର ଥିବା ବାଦାମ ଦିନକୁ ୪-୫ଟି ଖାଇବା ଦ୍ୱାରା ହୃଦ୍‌ ଜନୀତ ରୋଗ ହେବାର ଆଶଙ୍କା କମ ହୋଇଥାଏ । ଏହା ସହ ଛୋଟ ପିଲାମାନେ ଏହାକୁ ଖାଇବା ଦ୍ୱାରା ସେମାନଙ୍କ ବୌଦ୍ଧିକ କ୍ଷମତା ବଢିବା ସହ ଲୋକମାନଙ୍କର ମଧୁମେହ ରୋଗ ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ ।
ପ୍ରତିଦିନ ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଶୁଷ୍କତା ଦୂର ହୋଇଥାଏ ।
ଖାଦ୍ୟ ଖାଇବା ପରେ ଏହାକୁ ଖାଇବା ଦ୍ୱାରା ଏହା ଖାଦ୍ୟକୁ ହଜମ କରିଥାଏ, ଯାହା ଦ୍ୱାରା କୋଷ୍ଠକାଠିନ୍ୟା ସମସ୍ୟା ଦେଖା ଯାଇ ନଥାଏ ।
ସବୁଦିନ ଆଲ୍‌ମଣ୍ଡ ଖାଇବା ଦ୍ୱାରା ଶରୀରରେ ଆଲ୍‌ଫା-୧ ଏଚଡିଏଲ ସ୍ତର ବଢ଼ିଥାଏ, ଯାହା ଦ୍ୱାରା ଶରୀରରୁ କୋଲେଷ୍ଟ୍ରଲ ମାତ୍ରା କମିଥାଏ । କୋଲେଷ୍ଟ୍ରଲ କମିବା ଦ୍ୱାରା ଆପେ ଆପେ ହୃଦ୍‌ଘାତ ହେବାର ଆଶଙ୍କା ମଧ୍ୟ କମି ଥାଏ ।
କଞ୍ଚା ଆଲମଣ୍ଡରେ ଫସ୍‌ଫରସ୍‌, ମ୍ୟାଗନେସିୟମ ଏବଂ କ୍ୟାଲ୍‌ସିୟମ ଥାଏ, ଯାହା ହାଡ଼କୁ ମଜ୍‌ବୁତ୍‌ ରଖିବା ସହ ଦାନ୍ତକୁ ମଧ୍ୟ ମଜ୍‌ବୁତ୍‌ କରିଥାଏ ।
ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ସବୁ ଦିନ ଏହାକୁ ଖାଇବା ଦ୍ୱାରା ଚିନ୍ତା ଦୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କ ଶାନ୍ତ ରହିବା ସହ ଜଣେ ଲୋକ ସହଜରେ ଚାପଗ୍ରସ୍ତ ହୁଏ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking