30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଅଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୪.୩ ରେକର୍ଡ

ଅଫଗାନିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା ୪.୩ ରେକର୍ଡ

କାବୁଲ: ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା । ଆଫଗାନର ହିନ୍ଦୁ କୁଶ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି । ଆଜି ଭୋର ୫ଟା ୨୨ ମିନିଟରେ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଭୂକମ୍ପର ଗଭୀରତା ୧୨୦ କିଲୋମିଟର ହୋଇଥିବା ବେଳେ ଏହାର ଅକ୍ଷାଂଶ ୩୬.୦୧ ରହିଛି । ସେହିପରି ଦ୍ରାଘିମା ୭୦.୭୧ ରହିଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାପୂର୍ବରୁ ଗତ ଅଗଷ୍ଟ ମାସରେ ଆଫଗାନର ଫାୟାଜାବାଦରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ ହୋଇଥିଲା । ଭୂକମ୍ପର ଗଭୀରତା ୧୫୦ କିଲୋମିଟର ହୋଇଥିବା ବେଳେ ଏହା ଫାୟାଜାବାଦର ଦକ୍ଷିଣ ଦକ୍ଷିଣ ପୂର୍ବରୁ ୯୩ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ଯାହାର ଅକ୍ଷାଂଶ ୩୬.୩୮ ହୋଇଥିବାବେଳେ ଦ୍ରାଘିମା ୭୧.୦୯ ରହିଥିଲା । ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନଥିଲା।

ସେହିପରି ଜୁନ ୨୨ରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯେଉଁଥିରେ ୧ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଶହରୁ ଅଧିକ ଆହତ ହୋଇଥିଲେ । ସେହିପରି ଭୂକମ୍ପ ଯୋଗୁଁ ହଜାର ହଜାର ଘର ମାଟିରେ ମିଶିଯାଇଥିଲା । ଭୂକମ୍ପର ପ୍ରଭାବ ପାକିସ୍ତାନ ଏବଂ ମାଲେସିଆରେ ମଧ୍ୟ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ-ପୂର୍ବ ଆଫଗାନିସ୍ତାନର ଖୋଷ୍ଟ ସହରରୁ ୪୪ କିମି ଦୂରରେ ରହିଥିବା ମଧ୍ୟ ଚିହ୍ନଟ ହୋଇଥିଲା । ଏହି ଘଟଣାରେ ବିଶ୍ବବ୍ୟାପୀ ଶୋକ ପ୍ରକାଶ ପାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଥିଲେ ।

ଜୁନ ୧୯ରେ ମଧ୍ୟ ଆଫଗାନିସ୍ତାନରେ ୪.୮ ତୀବ୍ରତାର, ଜୁଲାଇ ୨୦ରେ ୪.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଜୁଲାଇ ୨୬ ତାରିଖରେ ୫.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ଫାୟାଜାବାଦର ଦକ୍ଷିଣରୁ ୮୯ କିଲୋମିଟର ଦୂରରେ ଅନୁଭୂତ ହୋଇଥିବା ବେଳେ ଗଭୀରତା ୨୦୦ କିଲୋମିଟର ରହିଥିଲା । ସେହିପରି ଏହାର ଅକ୍ଷାଂଶ ୩୬.୩୧ ହୋଇଥିବାବେଳେ ଦ୍ରାଘିମା ୭୦.୭୧ ରହିଥିଲା । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking