30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଡ୍ରୋନ୍ ଦ୍ୱାରା ଭ୍ୟାକସିନ ପରିବହନର ଶୁଭାରମ୍ଭ

ଡ୍ରୋନ୍ ଦ୍ୱାରା ଭ୍ୟାକସିନ ପରିବହନର ଶୁଭାରମ୍ଭ

ନୂଆଦିଲ୍ଲୀ : ମଣିପୁରର ବିଷ୍ଣୁପୁର ଠାରୁ ଅନତି ଦୂର କରାଙ୍ଗରେ ଡ୍ରୋନ୍ ଦ୍ୱାରା ଭ୍ୟାକସିନ ପରିବହନର ଶୁଭାରମ୍ଭ ହୋଇଯାଇଛି । ସୋମବାର ଦିନ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ପକ୍ଷରୁ ବିକଶିତ ଭ୍ୟାକସିନ ବିତରଣ ପାଇଁ ଡ୍ରୋନର ବ୍ୟବହାର ଆରମ୍ଭ ହୋଇଛି । ବିଷ୍ଣୁପୁର ଠାରୁ ୨୬ କିମି ଦୂର ସ୍ଥିତ କରଙ୍ଗ ଦ୍ୱୀପରେ ମାତ୍ର ୧୩ ମିନିଟ୍ ରେ ଭ୍ୟାକସିନ ପହଂଚାଯାଇଛି । ଏହାର ଶୁଭାରମ୍ଭ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାବିୟା କହିଛନ୍ତି ଯେ, ଦକ୍ଷିଣ ଏସିଆରେ ପ୍ରଥମ ଥର ପାଇଁ ଭ୍ୟାକସିନ ପରିବହନ ମେକ ଇନ ଇଣ୍ଡିଆ ଡ୍ରୋନ ଦ୍ୱାରା କରାଯାଉଛି ।

ଏନେଇ ଆଇସିଏମଆରର ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ ସମ୍ପୂର୍ଣ୍ଣ ‘ମେଡ୍‌-ଇନ୍‌-ଇଣ୍ଡିଆ’ ଡ୍ରୋନ୍‌ ସାହାଯ୍ୟରେ ବିଷ୍ଣୁପୁର ଜିଲ୍ଲା ହସ୍ପିଟାଲରୁ ସ୍ୱୟଂଚାଳିତ ମୋଡରେ ଉଡ଼ି ପ୍ରାୟ ୩୧ କିଲୋମିଟର ଦୂରରେ ଥିବା କରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି। ସଡ଼କ ପଥରେ ଏହି ଯାତ୍ରା ପ୍ରାୟ ଚାରି ଘଣ୍ଟା ଲାଗିଥାଆନ୍ତା। ଉତ୍ତର-ପୂର୍ବ ଭାରତରେ ‘ଡ୍ରୋନ୍‌ ଆଧାରିତ ଟିକା ବିତରଣ ବ୍ୟବସ୍ଥା’ ପାଇଁ ଆଇସିଏମ୍‌ଆର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। ୧୫ ମିନିଟରେ ୩୧ କିଲୋମିଟରର ଦୂରତା ଅତିକ୍ରମ କରି ଟିକା ବିଷ୍ଣୁପୁର ଜିଲ୍ଲା ଡାକ୍ତରଖାନାରୁ କରୀଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ର, ମଣିପୁରର ଲୋକକ ହ୍ରଦକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଦୂରତା ଅତିକ୍ରମ କରିବାକୁ ସାଧାରଣତଃ ୩ରୁ ୪ ଘଣ୍ଟା ଲାଗିଥାଏ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଟ୍ଵିିଟ୍‌ କରି କହିଛନ୍ତି। ଡ୍ରୋନ୍‌ ଟେକ୍ନୋଲୋଜି ସ୍ୱାସ୍ଥ୍ୟସେବା ଯୋଗାଣ ଓ ବିତରଣକୁ ତ୍ୱରାନ୍ଵିତ କରିବ ଏବଂ ଜୀବନ ରକ୍ଷାକାରୀ ତଥା ଜରୁରୀକାଳୀନ ଔଷଧର ଯୋଗାଣ ପରିସରକୁ ବିସ୍ତାର କରିବ ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡଭିଆ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking