30.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା; ଶୁଭିଲା ଜାତୀୟ ସଂଗୀତ

ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା; ଶୁଭିଲା ଜାତୀୟ ସଂଗୀତ

ବ୍ୟୁରୋ: ଦେଶର ୭୭ ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ରଙ୍ଗରେ ଝଲସିଲା ଦୁବାଇର ବୁର୍ଜ ଖଲିଫା । ଭାରତୀୟ ତ୍ରିରଙ୍ଗା ପତାକାର ନାରଙ୍ଗୀ ରଙ୍ଗ ବୁର୍ଜ ଖଲିଫା ଟାୱାରର ଉପର ଭାଗରେ ଦୃଶ୍ୟମାନ ହେଉଥିବା ବେଳେ ମଧ୍ୟମ ଭାଗରେ ଧଳା ରଙ୍ଗର ଆଲୋକ ଓ ତଳ ଭାଗ ସବୁଜ ରଙ୍ଗରେ ଆଲୋକତ ହୋଇଥିଲା ।ଏହି ମନୋରମ ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା । ଭାରତୀୟ ଗଣତନ୍ତ୍ରର ସମ୍ମାନ ଉଦ୍ଦେଶ୍ୟରେ ବୁର୍ଜ ଖଲିଫା ଟାୱାରକୁ ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ତ୍ରିରଙ୍ଗାର ତିନି ରଙ୍ଗରେ ବୁର୍ଜ ଖଲିଫା ଝଲସି ଉଠୁଥିବା ଦେଖିବାକୁ ମିଳିଛି । ତାହା ସହ ଭିଡିଓରେ ଭାରତୀୟ ଜାତୀୟ ସଂଗୀତ ‘ଜନ ଗଣ’ ଗାନ କରାଯାଉଛି ।ସୋସିଆଲ ମିଡିଆ ଏକ୍ସରେ ମୁଫାଦାଲ ଭୋରା  ନାମକ ଜଣେ ୟୁଜର୍ସ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଯେଉଁଥିରେ ଦୁନିଆର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଟାୱାର ତ୍ରିରଙ୍ଗା ତିନିରଙ୍ଗର ଆଲୋକରେ ଝଲସୁଛି । ଭିଡିଓଟି ବର୍ତ୍ତମାନ ଭାଇରାଲ ହେଉଥିବା ବେଳେ ଅନେକ ୟୁଜର୍ସ ନିଜର ମତାମତ ରଖିଛନ୍ତି ।ଖାଲି ସେତିକି ନୁହେଁ, ବୁର୍ଜ ଖଲିଫା ଟାୱାରେ ମଧ୍ୟ ପାକିସ୍ତାନ ପତାକାର ଚିତ୍ର ଦେଖିବାକୁ ମିଥିଲା । ଯାହା ବର୍ତ୍ତମାନ ଭାଇରାଲ ମଧ୍ୟ ହେଉଛି । ପାକିସ୍ତାନର ନାଗରିକମାନେ ମଧ୍ୟରାତ୍ରୀରେ ବୁର୍ଜ ଖଲିଫା ଟାୱାର ନିକଟରେ ଅପେକ୍ଷା କାରିଥିବା ସୋସିଆଲ ମିଡିଆରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking