33.1 C
Bhubaneswar
Monday, May 20, 2024
Homeଓଡିଶାମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀ ଜ୍ୱର ମୃତ୍ୟୁର ସମୀକ୍ଷା ହେବ, ଗଠନ ହେଲା ଜିଲ୍ଲା ଓ...

ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀ ଜ୍ୱର ମୃତ୍ୟୁର ସମୀକ୍ଷା ହେବ, ଗଠନ ହେଲା ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟି

ଭୁବନେଶ୍ୱର : ଏଣିକି ରାଜ୍ୟରେ କୌଣସି ବ୍ୟକ୍ତି ମ୍ୟାଲେରିଆ, ଡେଙ୍ଗୁ କିମ୍ବା ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ତାହାର ଅଡିଟ୍‌ କରାଯିବ । ସେହିପରି ଏହି ମୃତ୍ୟୁର କାରଣ ସ୍ପଷ୍ଟ କରିବା ଲାଗି ମହାମାରୀ ବିଜ୍ଞାନ ଅନୁସନ୍ଧାନ କରାଯିବ । ଆଜି ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଉପରୋକ୍ତ ତିନି ରୋଗକୁ ରାଜ୍ୟ ସରକାର ବିଜ୍ଞପିତ ରୋଗ ଭାବେ ଘୋଷଣା କରିଛନ୍ତି । ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନୀ ଜ୍ୱରର ସମୂଳ ବିଲୋପ ଲକ୍ଷ୍ୟ ନେଇ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ମୃତ୍ୟୁର ସଠିକ୍‌ କାରଣ ଜାଣିବା ଏଥିପାଇଁ ଜରୁରୀ ହେବ । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ମୃତ୍ୟୁର ଅଡିଟ୍‌ ପାଇଁ ଜିଲ୍ଲା ସ୍ତରରେ ଏକ କମିଟି ଗଠନ କରାଯିବ । ଏଥିରେ ସମ୍ପୃକ୍ତ ସିଡିଏମ୍‌ଓ/ପିଏଚ୍‌ଓ ମୁଖ୍ୟ ରହିବେ ଏବଂ ଜିଲ୍ଲା ହସ୍ପିଟାଲ/ସବ୍‌ ଡିଭିଜନ ହସ୍ପିଟାଲ/ସିଏଚ୍‌ସି ଅଧିକ୍ଷକ, ଏହିପିଏଚ୍‌ଓ, ବିଶେଷଜ୍ଞ ଡାକ୍ତର (ମେଡିସିନ୍‌/ ଶିଶୁ/ ଆଇସିୟୁ ଅଧିକାରୀ) ସଦସ୍ୟ ନିଯୁକ୍ତ ହେବେ । ସେହିପରି ମହାନଗର ନିଗମ ଅଞ୍ଚଳ କମିଟିରେ ସିଡିଏମ୍‌ ଏବଂ ପିଏଚ୍‌ଓ, ଏଡିପିଏଚ୍‌ଓ ଏବଂ ବିଷୟବସ୍ତୁ ସମ୍ପର୍କିତ ବିଶେଷଜ୍ଞ ଡାକ୍ତର ସଦସ୍ୟ ରହିବେ । ଅପରପକ୍ଷେ ମୃତ୍ୟୁର ଏପିଡେମିଓଲୋଜିକାଲ ଅନୁସନ୍ଧାନ ପାଇଁ ଗଠିତ କମିଟିରେ ଏଡିପିଏଚ୍‌ଓ (ଭିବିଡି), ଏପିଡେମିଓଲୋଜିଷ୍ଟ, ଭିବିଡି ବିଶେଷଜ୍ଞ, ମାଇକ୍ରୋବାୟୋଲୋଜିଷ୍ଟ, ସିଏଚ୍‌ସିର ଭାରପ୍ରାପ୍ତ ଅଧିକାରୀ ରହିବେ । ତଦନ୍ତ ଆରମ୍ଭ କରିବାର ୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ଜରୁରୀ ହେବ । ଏଥିସହ ରିପୋର୍ଟରେ ସାମ୍ପ୍ରତିକ ସ୍ଥିତି ଏବଂ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking