34.1 C
Bhubaneswar
Thursday, May 9, 2024
Homeଓଡିଶାବ୍ଯାସନଗର ମହାବିଦ୍ଯାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ବ୍ଯାସନଗର ମହାବିଦ୍ଯାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ବ୍ୟୁରୋ: ବ୍ଯାସନଗର ମହାବିଦ୍ଯାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି । ଏଇ ଅବସରରେ ଏନ୍ ସି ସି ଅଫିସର୍ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ବାଇଁ ଙ୍କ ନେତ୍ରୁତ୍ବରେ ତିନୋଟି ବଟାଲିୟନ୍ ର ଏନ୍ ସି ସି କ୍ଯାଡେଟ୍ ମାନେ ମିଳିତ ପ୍ଯାରେଡ୍ କରିଥିଲେ । ପ୍ଯାରେଡ୍ ରେ ମହାବିଦ୍ଯାଳୟର ଅଧ୍ଯକ୍ଷ ଶ୍ରୀ ଯୁକ୍ତ ଉପେନ୍ଦ୍ର କୁମାର ସ୍ବାଇଁ ଅଭିବାଦନ ଗ୍ରହଣ କରିଥିଲେ ।ଛାତ୍ର ତଥା କ୍ଯାଡେଟ୍ ମାନେ ଦେଶସେବାରେ ବ୍ରତୀ ହେବାପାଇଁ ସେ ସମସ୍ତଙ୍କୁ ଆହ୍ବାନ କରିଥିଲେ । କ୍ଯାପ୍ଟେନ୍ ଶ୍ରୀଯୁକ୍ତ ସ୍ବାଇଁ ସମସ୍ତଙ୍କୁ ଧନ୍ଯବାଦ୍ ଦେଇଥିଲେ। କାର୍ଯକ୍ରମଟିକୁ ପରିଚାଳନା କରିବାରେ ସି ଟି ଓ ଶ୍ରୀମତି ଚିରସ୍ମିତା ମିଶ୍ର ଓ ଶ୍ରୀଯୁକ୍ତ ଶଶିକାନ୍ତ ଲେଙ୍କା ସହଯୋଗ କରିଥିଲେ । ଏଥିରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଓ ଅଧ୍ଯାପକ ଅଧ୍ଯାପିକା ,ଏନ୍ ସି ସି କ୍ଯାଡେଟ୍ ଓ ଅଣଶିକ୍ଷକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । କଲେଜରୁ ପ୍ଯାରେଡ୍ ସରିବା ପରେ କ୍ଯାଡେଟ୍ ମାନେ ପୌରପରିଷଦ ଦ୍ବାରା ଆୟୋଜିତ ହେଉଥିବା ମିଳିତ ପ୍ଯାରେଡ୍ ରେ ଅଂଶଗ୍ରହଣ କରି ୪୯ ଗୋଟି ପ୍ଲାଟୁନ୍ ମଧ୍ଯରେ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟନ୍ ହୋଇଥିଲେ ଓ ପୌରପରିଷଦର ଅଧ୍ଯକ୍ଷାଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ପୌରପରିଷଦର ମିଳିତ ପ୍ଯାରେଡ୍ କୁ କ୍ଯାପ୍ଟେନ୍ ପୂର୍ଣଚନ୍ଦ୍ର ସ୍ବାଇଁ ପରିଚାଳନା କରିଥିବା ବେଳେ ପୌରପରିଷଦର ଅଧ୍ଯକ୍ଷା ଶ୍ରୀମତି ସଙ୍ଗୀତା ପିଙ୍ଗୁଆ ଅଭିବାଦନ ଗ୍ରହଣ କରିଥିଲେ । ଶେଷରେ ଉପାଧ୍ଯକ୍ଷ ଶ୍ରୂଯୁକ୍ତ ସୁବାଷ ଚନ୍ଦ୍ର ବଳ ଧନ୍ଯବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking