38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମହଙ୍ଗା ପଡ଼ିଲା ସୁଇମିଙ୍ଗପୁଲ୍ ରୋମାନ୍ସ, : ଡିଏସପି ଓ ମହିଳା କନଷ୍ଟେବଲ୍ ଚାକିରିରୁ ବିଦା

ମହଙ୍ଗା ପଡ଼ିଲା ସୁଇମିଙ୍ଗପୁଲ୍ ରୋମାନ୍ସ, : ଡିଏସପି ଓ ମହିଳା କନଷ୍ଟେବଲ୍ ଚାକିରିରୁ ବିଦା

ନୂଆଦିଲ୍ଲୀ : ରାଜସ୍ଥାନର ଡିଏସପି ଏବଂ ମହିଳା କନଷ୍ଟେବଳଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଉଭୟ ସୁଇମିଂ ପୁଲରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହି ମାମଲାରେ ଉଭୟଙ୍କୁ ଗିରଫ କରାଯିବା ସହିତ ଚାକିରିରୁ ବିଦା କରାଯାଇଛି। ଏହି ଘଟଣାକୁ ନେଇ ପୁଲିସ ବିଭାଗକୁ ନିନ୍ଦା ଅପବାଦ ଶୁଣିବାକୁ ହୋଇଥିଲା। ରାଜସ୍ଥାନ ଡିଜିପି ଏମଏଲ ଲେଥରଙ୍କ ଅନୁଯାୟୀ ଗତ ଶନିବାର ଚାକିରିରୁ ନିଲମ୍ବନ ପତ୍ର ଉଭୟଙ୍କୁ ଦିଆଯାଇଛି। ସେପ୍ଟେମ୍ବରରେ ରାଜସ୍ଥାନର ଅଜମେରରେ ପୋଷ୍ଟ ହୋଇଥିବା ଡିଏସପି ଅଧିକାରୀ ୫୪ ବର୍ଷିୟ ହିରା ଲାଲ ସେନିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା।

ଏଥିରେ ସେ ସୁଇମିଂ ପୁଲରେ ଜୟପୁରରେ ପୋଷ୍ଟ ହୋଇଥିବା ଜଣେ ମହିଳା କନେଷ୍ଟବଳଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ମହିଳା କନଷ୍ଟେବଳଙ୍କ ୬ବର୍ଷର ପୁଅ ମଧ୍ୟ ସୁଇମିଂ ପୁଲରେ ଥିଲା। ଉଭୟ ତାର ସାମ୍ନାରେ ଏହି କାର୍ଯ୍ୟ କରୁଥିଲେ। ଭିଡିଓ ଭାଇରାଲ ହେବା ପରେ ପୁଲିସ ବିଭାଗରେ ଚହଳ ପଡ଼ିଯାଇଥିଲା। ଏହି ପ୍ରସଙ୍ଗରେ ବିଭାଗୀୟ ତଦନ୍ତ କରାଯାଇଥିଲା। ଯାହାର ଆଧାରରେ ସେପ୍ଟେମ୍ବର ୯ରେ ହିରା ଲାଲ ସେନିଙ୍କୁ ଗିରଫ କରାଯାଇଥିଲା। ସେପ୍ଟେମ୍ବର ୧୨ ରେ ମହିଳା କନଷ୍ଟେବଳଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କୁ ନ୍ୟାୟିକ ହେପାଜତରେ ଜେଲ ପଠାଯାଇଛି। ଏହି ଘଟଣାରେ ଅନ୍ୟ ଦୁଇଜଣ ପୁଲିସ ଅଧିକାରୀ ଏବଂ ଦୁଇ ଷ୍ଟେସନ ଇନ-ଚାର୍ଜଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking