26.1 C
Bhubaneswar
Wednesday, May 8, 2024
Homeସ୍ୱାସ୍ଥ୍ୟମାଟି କପ ରେ ଚା' ପିଉଛନ୍ତି କି

ମାଟି କପ ରେ ଚା’ ପିଉଛନ୍ତି କି

ଭୁବନେଶ୍ୱର : ସମସ୍ତେ ଚା ପିଇବାକୁ ଭଲ ପାଆନ୍ତି । ସକାଳେ ହେଉ କି ସନ୍ଧ୍ୟା , ଚା କପେ ନ ପିଇଲେ କାମ କରିବାକୁ ଭଲ ଲାଗେନି । ହେଲେ ଆପଣ ଜାଣିଛନ୍ତି କି ଆପଣ ପିଉଥିବା ଚା ପାତ୍ର ଅପେକ୍ଷା ମାଟି କପ ରେ ଚା ପିଇଲେ ଅନେକ ଫାଇଦା ମିଳେ । ମାଟି କପରେ ଚା’ ପିଇବା ଦ୍ୱାରା କେବଳ ଚା’ ସ୍ୱାଦ ବଢ଼ିନଥାଏ ବରଂ ଏହାର ଅନେକ ଫାଇଦା ମଧ୍ୟ ରହିଛି। 

ମାଟି କପ୍ ହାଇଜେନିକ ହୋଇଥାଏ। ଏଥିରେ ଜୀବାଣୁ ବ୍ୟାପିବା ସମ୍ଭାବନା ବହୁ କମ୍। କାଚ ଗ୍ଲାସ ଅପେକ୍ଷା ମାଟି କପରେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର। ମାଟି କପ  ସଂକ୍ରମଣରୁ ମଧ୍ୟ ଦୂରେଇ ରଖିଥାଏ ।

ମାଟି କପରେ ଗରମ ଚା’ ପଡିବା କ୍ଷଣି ମାଟିର ସୁନ୍ଦର ବାସ୍ନା ବାହାରିଥାଏ । ଏହି ବାସ୍ନା ମନକୁ ବେଶ ଆନନ୍ଦିତ କରିଦେଇଥାଏ । ଅବସାଦରେ ଥିବା ଲୋକଙ୍କ ମନ ପ୍ରଫୁଲ୍ଲିତ ହୋଇଯାଏ ।

ମାଟି ପାତ୍ରରେ ଯେଉଁ ସୁକ୍ଷ୍ମ ତତ୍ତ୍ୱ ରହିଥାଏ, ତାହା ଆମ ଶରୀରର ହାଡ ପାଇଁ ଲାଭଦାୟକ। ମାଟିରେ କ୍ୟାଲସିଅମ ଭରପୁର ମାତ୍ରାରେ ରହିଥାଏ। ତେଣୁ ଏଥିରେ ଚା’ ପିଇବା ଦ୍ୱାରା ଆମ ଶରୀରକୁ କିଛି ମାତ୍ରାରେ କ୍ୟାଲସିଅମ ମିଳିଥାଏ, ଯାହାଦ୍ୱାରା ଆମ ହାଡ ମଜଭୁତ ହୁଏ ।

ମାଟି କପରେ ଚା’ ପିଇଲେ ହଜମ ଶକ୍ତି ମ ବଢିବା ସହ କୌଣସି ପାର୍ଶ୍ୱପ୍ରତିକ୍ରିୟା ନଥାଏ। ଡିସ୍ପୋଜାଲ କପରେ ଗରମ ଚା’ ପିଇବା ଦ୍ୱାରା ଏଥିରେ ଥିବା ଏସିଡ ପେଟକୁ ଯାଇ ଆମ ଅନ୍ତନଳୀରେ ଜମା ହୋଇଯାଏ। ଫଳରେ ପେଟ ଖରାପ ହେବା ସହ କ୍ୟାନସର ଭିଳ ମାରାତ୍ମକ ରୋଗର ବିପଦ ରହିଥାଏ ।

 ଆସିଡିଟି ହେବା ଫଳରେ ହଜମ ପ୍ରକ୍ରିୟା ସହ ଜଡିତ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ମାଟି ପାତ୍ରରେ କ୍ଷରିୟ ଗୁଣ ଭରପୁର ମାତ୍ରାରେ ଥାଏ। ତେଣୁ ମାଟି ପାତ୍ରରେ ଚା’ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା କମ ହେବା ସହ ପେଟ ପୋଡା ଜଳା ମଧ୍ୟ ହୁଏ ନାହିଁ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking