37.1 C
Bhubaneswar
Saturday, April 20, 2024
Homeପଶ୍ଚିମବଙ୍ଗ ନିର୍ବାଚନପଶ୍ଚିମବଙ୍ଗରେ ଅରାଜକତା ପାଇଁ ମମତା ବାନାର୍ଜୀ ଦାୟୀ ; ଯୋଗୀ ଆଦିତ୍ୟନାଥ 

ପଶ୍ଚିମବଙ୍ଗରେ ଅରାଜକତା ପାଇଁ ମମତା ବାନାର୍ଜୀ ଦାୟୀ ; ଯୋଗୀ ଆଦିତ୍ୟନାଥ 

କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନ । ତାରିଖ ଘୋଷଣା ହେବା ସହିତ ଭାରତୀୟ ଜନତା ପାର୍ଟି ନିଜର ସମ୍ପୁର୍ଣ୍ଣ ଶକ୍ତି ନିର୍ବାଚନ ପ୍ରଚାରରେ ଲଗାଇ ଦେଇଛି । ଏହି ପ୍ରଚାର ନିମନ୍ତେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶ୍ଚିମବଙ୍ଗର ମାଲଦା ପହଞ୍ଚିଥିଲେ । ଏଠାରେ ସେ ଜନତାଙ୍କୁ ସମ୍ବୋନ୍ଧିତ କରି କହିଥିଲେ , ଯେ ଆଜି ପଶ୍ଚିମବଙ୍ଗରେ ପୁଣି ଥରେ ‘ଜୟ ଶ୍ରୀରାମ’ ନାରା ଲଗାଇବାରେ ପ୍ରତିବନ୍ଧକ ନଲଗାଇବା ପାଇଁ ପଅସ୍ତୁତି କରାଯାଉଛି କାରଣ ଭାରତର ଜନତା ଶ୍ରୀରାମଙ୍କ ନାମ ନନେଇ କୌଣସି କାର୍ଯ୍ୟ କରନ୍ତି ନାହିଁ । ଏହାସହ ସେ ଟିଏମସିକୁ ପ୍ରଶ୍ନ କରିଥିଲେ ଯେ ରାମଭକ୍ତ ଙ୍କ ପାଇଁ ଦଳ ପକ୍ଷରୁ କୌଣସି ଦୟା ନାହିଁ କିନ୍ତୁ ପଶ୍ଚିମବଙ୍ଗରେ ଅରାଜକତା ବ୍ୟାପିବାରେ ସାହାଯ୍ୟ କରଉତିବା ଲୋକମାନଙ୍କ ସହ ଟିଏମସିର କି ବନ୍ଧୁତା ରହିଛି ? 

ସେ କହିଥିଲେଏ ଯେ ୩ ବର୍ଷ ମଧ୍ୟରେ ୟୁପିରେ ୪୦ ଲକ୍ଷ ଲୋକଙ୍କୁ ଆବା ସମିଳିଛି କିନ୍ତୁ ଏଠି ଗରିବ ପାଖରେ ପକ୍କା ଘର ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଗନାର ଲାଭ ଏଠି ଗରିବ ଶ୍ରେଣୀର ଲୋକ ମାନଙ୍କୁ ମିଳି ପାରୁନାହିଁ । ପଶ୍ଚିମିବଙ୍ଗରେ ଆୟୁସ୍ମାନ ଭାରତ ଦ୍ୱାରା ଦିଆଯାଥିବା ୫ ଲକ୍ଷ ଟଙ୍କାର ବୀମା ଯୋଜନା ମଧ୍ୟ ଲାଗୁ କରାଯାଉନାହିଁ ଓ ଏଠାକାର ଜନତା ଏହି ଲାଭ ଉଠାଇପାରୁ ନାହାନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଧୋକାରେ ଲଭ ଜିହାଦ ଭଳି ଘଟଣା ଗୁଡିକ ଏଠାରେ କରାଯାଉଛି । ଆମେ ୟୁପିରେ ନିୟମ ବନାଇ ସାରିିଛୁ କିନ୍ତୁ ଏଠି କ’ଣ ପାଇଁ ତୃଷ୍ଟୀକରଣ ରାଜନିତୀ କରାଯାଉଛି । ୩୦ ବର୍ଷ ପୁର୍ବେ ଭାରତର ପ୍ରତ୍ୟେକ ଯୁବକ ଚାକିରୀ ପାଇଁ ବଙ୍ଗାଲ ଆସୁଥିଲେ କିନ୍ତୁ ଏହି ୨୫ ବର୍ଷ ଭିତରେ ପଶ୍ଚିମବଙ୍ଗର ଅବସ୍ଥା ଅତ୍ୟଧିକ ଖରାପ କରିଦିଆଯାଇଛି । ଏହାସହରେ ଅଯୋଦ୍ଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଶ୍ଚିିମବଙ୍ଗରୁ ନିଧି ସମର୍ପଣ କରିଥିବା ଲୋକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ଗୋ ହତ୍ୟାକୁ ନେଇ ମଧ୍ୟ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ୨୦୧୭ରୁ ହିଁ ୟୁପିରେ ଗୋହତ୍ୟା ନକରିବା ପାଇଁ ନିୟମ ଲାଗୁ କରାଯାଇଛି । ଏଠାରେ ମଧ୍ୟ ବିଜେପିର ସରକାର ଆସିବା ପରେ ଗୋ ହତ୍ୟା ବନ୍ଦ କରାଯିବ । 

ସେ କହିଛନ୍ତିି ଯେ, ୪ ବର୍ଷ ହେବ ୟୁପିରେ କୌଣସି ଦଙ୍ଗା ହୋଇନାହିଁ । କେଉଁ ପର୍ବ ଓ ଉତ୍ସବ ପାଇଁ ପ୍ରତିବନ୍ଧକ ଲଗାଯାିନାହିଁ । କିନ୍ତୁ ଏଠାରେ କ’ଣ ପାଇଁ ମହହମ ସମୟରେ ଜୁଲୁସ ବାହାର କରିବା ପାଇଁ ଅନୁମତି ମିଳିଲା କିନ୍ତୁ ଦୁର୍ଗା ପୂଜା ସମୟରେ ପଣ୍ଡାଲ ପାଇଁଁ ମଧ୍ୟ ପ୍ରତିବନ୍ଧକ ଲଗାଗଲା । 

ଏହି ସମସ୍ତ ଅରାଜକତା ପାଇଁ ଯୋଗୀ ଆଦିତ୍ୟନାଥ ମମତା ବାନାର୍ଜିଙ୍କୁ ଦାୟି କରିଛନ୍ତି । ଏହାସହ ସେ ଆଗକୁ ହୋଲି ଆସୁଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଜୟ ଶ୍ରୀରାମ ସହିତ ନିଜ ଭାଷଣ ଶେଷ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking