29.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗଭିଜିଲାନ୍ସ ହାତରେ ଡିପିଏମ ସୁଦିପ

ଭିଜିଲାନ୍ସ ହାତରେ ଡିପିଏମ ସୁଦିପ

ମାଲକାନଗିରି  : ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାସନ୍ସ ହାତରେ ଧାରା ପଡିଲେ ଏନଆରଏଚଏମର ଡିପିଏମ ସୁଦିପ କେଶ । ସୂଚନା ଅନୁସାରେ ଏନଆରଏଚଏମରର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ ପାଇଁ ଡିପିଏମ ପାଖରେ ଯାଇଥିଲେ । ଡିପିଏମ ବିଲ ପାସ କରିବା ବାବଦରେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।  ଲାଞ୍ଚ ମାଗିବା କାରଣରୁ ନବଘନ ବାବୁ ଡିପିଏମ ସୁଦିପଙ୍କ ନାମରେ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ପାଖରେ ଏକ କେଶ ରୁଜୁ କରିଥିଲେ । କେଶକୁ ଆଧାର କରି ଡିପିଏମ ସୁଶାନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ସଂନ୍ଧ୍ୟା ସମୟରେ ଡିପିଏମ କାର୍ଯ୍ୟଳୟରେ ଚଢ଼ାଉ କରିଥିଲେ  । ଡିପିଏମ ସୁଦିପ କେଶ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାସନ୍ସ ହାତରେ ଧାରା ପଡିଛନ୍ତି । ଲାଞ୍ଚ ନେବା ଅଭିଯୋଗରେ ଡିପିଏମ ସୁଦିପ କେଶଙ୍କୁ ଗିରଫ କରାଯାଇଛି । ବର୍ତମାନ ତଦନ୍ତ ଚାଲୁଥିବାରୁ ସମ୍ପୂର୍ଣ ଖବର ମିଳିପାରିନାହିଁ । ତଦନ୍ତ ପରେ ହିଁ ଜଣା ପଡିବ ଡିପିଏମ ଲାଞ୍ଚ ଟଙ୍କା ନେଇ ବର୍ତ୍ତମାନ  ପର୍ଯ୍ୟନ୍ତ ନିଜର କେତେ ସମ୍ପତି ତିଆରି କରିଛନ୍ତି   ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking